ନୂଆଦିଲ୍ଲୀ: ଭାରତରେ ଅନେକ ରହସ୍ୟମୟୀ ସ୍ଥାନ ରହିଛି। ଯାହା ବର୍ଷ ବର୍ଷ ଧରି ରହସ୍ୟ ଘେରରେ ରହିଛି। ରାଜସ୍ଥାନର ଜୈସଲମେର ଜିଲ୍ଲା କୁଲଧରା ଗାଁରେ ରହିଛି ଏମିତି ଏକ ସ୍ଥାନ। ଏହା ୧୭୦ ବର୍ଷ ତଳର ଗାଁ। ହଠାତ୍ ରାତାରାତି ଏହି ଗାଁ ଜନଶୂନ୍ୟ ହୋଇଯାଇଥିଲା। ଆଜି ପର୍ଯ୍ୟନ୍ତ ଲୋକ ଏହାର କାରଣ ଜାଣିପାରିନାହାନ୍ତି। ଏହି ଗାଁର କାହାଣୀ ପ୍ରାୟ ୨୦୦ ବର୍ଷ ପୁରୁଣା। ପୂର୍ବରୁ ଏଠାରେ ପ୍ରାୟ ୮୪ଟି ଗାଁ ରହିଥିଲା। ଯେଉଁଠି କେବଳ ବ୍ରାହ୍ମଣମାନେ ବସବାସ କରୁଥିଲେ। ଦିନ ସାଲମ ସିଂ ନାମକ ଜଣେ ବ୍ୟକ୍ତି ଏହି କୁଲଧରା ଗାଁର ଜଣେ ଯୁବତୀ ପ୍ରେମରେ ପଡିଥିଲେ। ସାଲମ ଯୁବତୀ ଜଣଙ୍କ ପ୍ରେମରେ ଏତେ ବିଭୋର ଥିଲେ ଯେ କୌଣସି ମତେ ସେ ତାକୁ ପାଇବାକୁ ଚେଷ୍ଟା କରୁଥିଲେ। ଏଥିଲାଗି ସେ ବ୍ରାହ୍ମଣ ମାନଙ୍କ ଉପରେ ଅତ୍ୟାଚାର କରିବାକୁ ଲାଗିଲେ। ହଠାତ୍ ଦିନେ ସାଲମ ଯୁବତୀଙ୍କ ଘରକୁ ସନ୍ଦେହ ପଠାଇଥିଲେ। ଯଦି ପୂର୍ଣ୍ଣିମା ଦିନ ସୁଦ୍ଧା ଯୁବତୀ ତାଙ୍କୁ ନମିଳେ ତେବେ ସେ ଗାଁ ଉପରେ ଆକ୍ରମଣ କରି ଯୁବତୀ ଜଣଙ୍କୁ ନେବେ। ଏହାପରେ ଗାଁ ଲୋକଙ୍କ ମଧ୍ୟରେ ଏକ ବୈଠକ ବସିଥିଲା। ଏବଂ ଏଥିରେ ସ୍ଥିର ହୋଇଥିଲା ଯେ କୌଣସି ମତେ ମଧ୍ୟ ତାଙ୍କ ଗାଁର ଝିଅକୁ ସାଲମଙ୍କ ହାତରେ ଦିଆଯିବ ନାହିଁ। ସେଦିନ ରାତାରାତି ସବୁ ବ୍ରାହ୍ମଣ ପରିବାର ଗାଁ ଛାଡି ଚାଲିଯାଇଥିଲେ। ଏବଂ ଗାଁ ଛାଡିବା ସମୟରେ ଅଭିଶାପ ଦେଇଥିଲେ। ସମୟ ଗଡିବା ସହ ପୁର୍ନବାର ଏହି ଗାଁର ପୁର୍ନନିର୍ମାଣ କରାଯାଇଥିଲା। କିନ୍ତୁ ଯେତେ ଚେଷ୍ଟା ପରେ ବି କୁଳଧରା ଏବଂ ଖାଭା ଦୁଇଟି ସ୍ଥାନ ଜନଗହଳି ହୋଇପାରିଲା ନାହିଁ। ଏହି ଗାଁ ଏବେ ପତ୍ନତତ୍ତ୍ଵ ବିଭାଗ ଅଧିନରେ ରହିଛି। ଯାହାକୁ ପ୍ରତିଦିନ ଦିନ ସମୟରେ ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଉଛି। କୁହାଯାଏ କି ଏହି ଗାଁରେ ଆଧ୍ୟାତ୍ମିକ ଶକ୍ତି ବାସ କରେ। ପର୍ଯ୍ୟଟକ ମାନଙ୍କ କହିବା ଅନୁଯାୟୀ ଆଜି ବି ସେହି ଗାଁରେ ବସବାସ କରୁଥିବା ବ୍ରାହ୍ମଣ ମାନଙ୍କର ସ୍ଵର ଶୁଣାଯାଏ। ପର୍ଯ୍ୟଟକମାନେ ଏଠାକୁ ଦିନରେ ତ ବୁଲିବାକୁ ଆସନ୍ତି କିନ୍ତୁ ରାତିରେ ଏହି ଗାଁରେ ପଶିବାକୁ କେହି ସାହସ କରନ୍ତିନାହିଁ।



