www.samajalive.in
Friday, December 5, 2025
26.1 C
Bhubaneswar

ଏହି ବ୍ୟକ୍ତିଙ୍କ ସହ ଜନ୍ମଦିନ ପାଳିଲେ ଜୁକରବର୍ଗ, ଶେୟାର କଲେ ଫଟୋ

ନୂଆଦିଲ୍ଲୀ: ଫେସବୁକ୍‌‌ ତଥା ମେଟା ସିଇଓ ମାର୍କ ଜୁକରବର୍ଗ ମେ ୧୪ରେ ୪୦ ବର୍ଷରେ ପାଦ ଦେଇଛନ୍ତି। ଏହି ଦିନ ସେ ନିଜର ଜନ୍ମଦିନ ମଧ୍ୟ ପାଳନ କରିଛନ୍ତି। ତେବେ ସେ ଏଥର ଜଣେ ଚର୍ଚ୍ଚିତ ଚେହେରାଙ୍କ ସହିତ ନିଜର ଜନ୍ମଦିବସ ପାଳନ କରିଥିଲେ, ଯେଉଁଥିରେ ତାଙ୍କ ପରିବାର ସଦସ୍ୟ ବି ସାମିଲ ଥିଲେ। ସେହି ଚର୍ଚ୍ଚିତ ବ୍ୟକ୍ତି ଜଣକ ହେଉଛନ୍ତି ମାଇକ୍ରୋସଫ୍ଟର ପୂର୍ବତନ ସିଇଓ ବିଲ୍‌‌ ଗେଟ୍‌‌ସ। ନିଜ ଜନ୍ମଦିନ ପାର୍ଟିକୁ ଜୁକରବର୍ଗ ସ୍ୱତନ୍ତ୍ର ଅତିଥି ଭାବେ ବିଲ୍‌‌ ଗେଟ୍‌‌ସଙ୍କୁ ନିମନ୍ତ୍ରଣ କରିଥିଲେ। ବାର୍ଥଡେ’ ସେଲିବ୍ରେସନର ଫଟୋକୁ ସେ ସୋସିଆଲ ମିଡିଆ ଇନ୍‌‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି।

ଜୁକରବର୍ଗ ଫଟୋ ଶେୟାର କରିବା ସହିତ ଲେଖିଛନ୍ତି ଯେ, ଏହି ଫଟୋ ସବୁ ଶେୟାର କରିବାର କାରଣ ହେଉଛି ଏଥରର ଜନ୍ମଦିନ ଉତ୍ସବ ସବୁଦିନ ପାଇଁ ସ୍ମରଣୀୟ ରହିବ। କାରଣ ସେ ଏହି ଫଟୋ ଜଣେ ସ୍ମତନ୍ତ୍ର ବ୍ୟକ୍ତିଙ୍କ ସହିତ ପୋଜ୍‌‌ ଦେଇଛନ୍ତି। ସେ ହେଉଛନ୍ତି ମାଇକ୍ରୋସଫ୍ଟର ପୂର୍ବତନ ସିଇଓ ବିଲ୍‌‌ ଗେଟ୍‌‌ସ। ସବୁଠାରୁ ରୋଚକ କଥା ହେଉଛି ଉଭୟ ବିଲ୍‌‌ ଗେଟ୍‌‌ସ ଏବଂ ଜୁକରବର୍ଗ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରୁ ଡ୍ରପ୍‌‌ଆଉଟ୍‌‌ ହୋଇଥିଲେ ଆଉ ଏବେ ଦୁଇଜଣ ବିଶ୍ୱର ୨ଟି ପ୍ରମୁଖ କମ୍ପାନୀ ମେଟା ଓ ମାଇକ୍ରୋସଫ୍ଟର ପ୍ରତିଷ୍ଠାତା। ଏହି ଫଟୋଗୁଡ଼ିକ ମଧ୍ୟରେ ଜୁକରବର୍ଗ ତାଙ୍କ ବାଲ୍ୟକାଳରୁ କିଶୋର ଏବଂ ଯୁବାବସ୍ଥାର ଫଟୋଗୁଡ଼ିକ ମଧ୍ୟ ରହିଛି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories