www.samajalive.in
Friday, December 5, 2025
20.1 C
Bhubaneswar

ଖୋର୍ଦ୍ଧା: ୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୧୫ ହଜାର ପୋଲିଂ ଅଧିକାରୀ ନିୟୋଜିତ

ଭୁବନେଶ୍ୱର : ଖୋର୍ଦ୍ଧା ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଆସନ୍ତା ୨୫ ତାରିଖରେ ଭୋଟ ଗ୍ରହଣ କରାଯିବ । ଏଥି ନିମନ୍ତେ ଜିଲାର ୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାୟ ୧୫ ହଜାର ପୋଲିଂ ଅଧିକାରୀଙ୍କୁ ନିୟୋଜିତ କରାଯିବ । ଜିଲାର ୧୯୨୩ଟି ମତଦାନ କେନ୍ଦ୍ର ମଧ୍ୟରୁ କେବଳ ମହିଳାମାନଙ୍କ ଦ୍ୱାରା ପରିଚାଳିତ ୫୨୫ଟି ସଖୀ ବୁଥ୍‌ ରହିଛି । ସେଥି ମଧ୍ୟରୁ ଭୁବନେଶ୍ୱର (ମଧ୍ୟ) ନିର୍ବାଚନ ମଣ୍ଡଳୀର ସମସ୍ତ ବୁଥ୍‌ କେବଳ ମହିଳାମାନଙ୍କ ଦ୍ୱାରା ପରିଚାଳିତ । ଏଥିସହ ଦିବ୍ୟାଙ୍ଗ ଅଧିକାରୀମାନଙ୍କୁ ୮ଟି ମତଦାନ କେନ୍ଦ୍ରରେ ପୋଲିଂ ଅଧିକାରୀ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଥିବାବେଳେ କେବଳ ଯୁବ ଅଧିକାରୀମାନଙ୍କୁ ୪୦ଟି ମତଦାନ କେନ୍ଦ୍ର ପରିଚାଳନା ଦାୟିତ୍ୱ ପ୍ରଦାନ କରାଯିବ ବୋଲି ଜିଲା ନିର୍ବାଚନ ଅଧିକାରୀ ତଥା ଜିଲାପାଳ ଚଞ୍ଚଳ ରାଣା ସୂଚନା ଦେଇଛନ୍ତି ।

ଏକ ଶ୍ରୀ ରାଣା କହିଛନ୍ତି ଯେ ଅବାଧ, ମୁକ୍ତ, ଶାନ୍ତିପୂର୍ଣ୍ଣ ନିର୍ବାଚନ ପରିଚାଳନାରେ ପୋଲିଂ ଅଧିକାରୀମାନଙ୍କ ଗୁରୁଦାୟିତ୍ୱ ରହିଛି। ଦେଶରେ ଗଣତନ୍ତ୍ରକୁ ସୁଦୃଢ଼ କରିବା ନିମନ୍ତେ ପୋଲିଂ କାର୍ଯ୍ୟରେ ନିୟୋଜିତ ଅଧିକାରୀ ଓ କର୍ମଚାରୀମାନେ ନିଷ୍ଠା ଓ ନିରପେକ୍ଷ ଭାବେ କାର୍ଯ୍ୟ ସମ୍ପର୍ଣ୍ଣ କରିବା ନିମନ୍ତେ ଜିଲାପାଳ ଶ୍ରୀ ରାଣା ଆଶାବ୍ୟକ୍ତ କରିଛନ୍ତି। ଏଭଳି ଦାୟିତ୍ୱ ଖୁବ୍‌ କମ୍‌ ନାଗରିକଙ୍କ ଭାଗ୍ୟରେ ମିଳିଥାଏ ଏବଂ ଦକ୍ଷତାର ସହ କାମ କରିବାକୁ ସମସ୍ତଙ୍କ ନିକଟରେ ସାମର୍ଥ୍ୟ ଥିବା ସେ ଉଲ୍ଲେଖ କରିଛନ୍ତି । ଦକ୍ଷତାର ସହ ନିର୍ବାଚନ ତୁଲାଇଲେ ୫ ବର୍ଷ ପର୍ଯ୍ୟନ୍ତ ଦେଶର ଭବିଷ୍ୟତ ସୁରକ୍ଷିତ ହୋଇ ରହିବ ବୋଲି ଜିଲ୍ଲାପାଳ ଆଶାପ୍ରକଟ କରିଛନ୍ତି।

- Advertisement -

ସୈନିକମାନେ ଦେଶର ସୀମାରେ ରହି ସୁରକ୍ଷା ଦେଉଥିବା ଭଳି ଭାରତୀୟ ଗଣତନ୍ତ୍ରର ସୁରକ୍ଷା ନିର୍ବାଚନ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କ ହାତରେ ଏବଂ ଏହି ମହାନ କାର୍ଯ୍ୟ ପାଇଁ ସଂପୃକ୍ତ କର୍ମଚାରୀ ଓ ଅଧିକାରୀମାନଙ୍କ ବନ୍ଧୁ ଓ ପରିଜନ ଗର୍ବ ଅନୁଭବ କରିବେ ବୋଲି ସେ ଉଲ୍ଲେଖ କରିଛନ୍ତି । ଏହି ନିର୍ବାଚନ ପରିଚାଳନା କାର୍ଯ୍ୟକୁ ଦକ୍ଷତା ଓ ଦାୟିତ୍ୱବୋଧ ଭାବେ ସମାପନ କରିବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories