www.samajalive.in
Saturday, December 6, 2025
16.1 C
Bhubaneswar

‘ଜୁନିୟର ରକ୍ଷକ’ ମାନ୍ୟତା ପାଇଲେ ଏନସିସି କ୍ୟାଡେଟ

କଟକ: ପରିବହନ ବିଭାଗର ଜୁନିୟର ରକ୍ଷକ କାର୍ଯ୍ୟକ୍ରମ ଶନିବାର ପୁରୀରେ ଉଦ୍‌ଘାଟିତ ହୋଇଛି। ରାଜ୍ୟ ପରିବହନ କମିସନର ଅମିତାଭ ଠାକୁର ଏହି ଶିବିରକୁ ଉଦ୍‌ଘାଟନ କରିଥିଲେ। ଭୋଳାନାଥ ହାଇସ୍କୁଲ ପରିସରରେ ଏନସିସି ବରିଷ୍ଠ ବିଭାଗର ୫୭୫ ଜଣ କ୍ୟାଡେଟଙ୍କୁ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା କରାଯାଇଛି। ପ୍ରଥମ ଦିନରେ ୧୭୬ ଜଣ ପ୍ରଶିକ୍ଷଣ ଶେଷ କରିଛନ୍ତି। ସେମାନଙ୍କୁ ପରିବହନ ବିଭାଗରୁ ‘ଜୁନିୟର ରକ୍ଷକ’ ମାନ୍ୟତା ପ୍ରଦାନ କରାଯାଇଛି।

ଦ୍ୱିତୀୟ ଦିନରେ ଆଉ ୩୯୯ ଜଣଙ୍କୁ ପ୍ରଶିକ୍ଷଣ ଦିଆଯାଇ ‘ଜୁନିୟର ରକ୍ଷକ’ ମାନ୍ୟତା ପ୍ରଦାନ କରାଯିବ। ଏହି ଶିବିରରେ ଏନିସିସି କ୍ୟାଡେଟମାନଙ୍କୁ ସଡ଼କ ସୁରକ୍ଷା ଓ ସଡ଼କ ଦୁର୍ଘଟଣା ଗ୍ରସ୍ତଙ୍କୁ ପ୍ରାଥମିକ ଚିକିତ୍ସା ସଂପର୍କରେ ପ୍ରଶିକ୍ଷିତ କରାଯାଇଛି। ମୁଖ୍ୟ ପ୍ରଶିକ୍ଷକ ସୁବାସ ଚନ୍ଦ୍ର ପ୍ରଧାନ ଓ ଶୁଭ୍ରଜିତ ନାୟକ ପ୍ରଶିକ୍ଷଣ ଦେଇଥିଲେ। ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କ ଜୀବନ ରକ୍ଷାରେ ଗୋଲ୍ଡେନ ଆୱାର ବା ଦୁର୍ଘଟଣା ଘଟିବାର ପରବର୍ତ୍ତୀ ଏକ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ। ଏହି ସମୟ ମଧ୍ୟରେ କିଭଳି ପ୍ରାଥମିକ ଚିକିତ୍ସା ପ୍ରଦାନ କରିହେବ ଓ ତୁରନ୍ତ ହସ୍ପିଟାଲ ପହଞ୍ଚାଯାଇ ପାରିବ ସେ ଦିଗରେ ପ୍ରଶିକ୍ଷଣ ଦିଆଯାଇଥିଲା।

- Advertisement -

ଜୁନିୟର ରକ୍ଷକମାନେ ସଡ଼କ ସୁରକ୍ଷାର ବ୍ରାଣ୍ଡ ଆମ୍ବାସାଡର ଭଳି ଦାୟିତ୍ୱ ନିର୍ବାହ କରିବେ। ଗତ ମାର୍ଚ୍ଚ ୬ରେ ଏ ସଂକ୍ରାନ୍ତରେ ଲୋକସେବା ଭବନରେ ପରିବହନ ବିଭାଗ ଓ ଏନସିସି ମଧ୍ୟରେ ରାଜିନାମା ସ୍ୱାକ୍ଷରିତ ହୋଇଥିଲା। ରାଜ୍ୟରେ ୩୨ ହଜାର ଏନସିସି କ୍ୟାଡେଟଙ୍କୁ ଜୁନିୟର ରକ୍ଷକ ପ୍ରଶିକ୍ଷଣ ଦେବାର ଲକ୍ଷ୍ୟ ରହିଛି। ଯଦି କେହି କୌଣସି ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କରି ହସ୍ପିଟାଲ ନେଉଛନ୍ତି, ତାଙ୍କୁ ବିଭାଗ ତରଫରୁ ଗୁଡ ସମ୍ମରିଟାନ୍ ସମ୍ମାନ ସହ ଦୁଇ ହଜାର ଟଙ୍କା ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ ବୋଲି ଏହି ଅବସରରେ ପରିବହନ କମିସନର କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ପରିବହନ କମିସନର (ଆଡମିନ)ଇନ୍ଦ୍ରମଣି ନାୟକ, ଅତିରିକ୍ତ ପରିବହନ କମିସନର(ଏନଫୋର୍ସମେଣ୍ଟ) ଲାଲମୋହନ ସେଠୀ, ଅତିରିକ୍ତ ପରିବହନ କମିସନର (ବୈଷୟିକ)ଦୀପ୍ତିରଞ୍ଜନ ପାତ୍ର, ଯୁଗ୍ମ ପରିବହନ କମିସନର(ସଡ଼କ ସୁରକ୍ଷା) ପ୍ରଦୀପ କୁମାର ମହାନ୍ତି, ପୁରୀ ସିଟି ଡିଏସପି ପ୍ରଶାନ୍ତ ସାହୁ, ପୁରୀ ଆଞ୍ଚଳିକ ପରିବହନ ଅଧିକାରୀ ରବିନ ପଟ୍ଟନାୟକ, ଏନସିସି କମାଣ୍ଡିଂ ଅଫିସର ସୁଦୀପ ସିହ୍ନା ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories