www.samajalive.in
Saturday, December 6, 2025
14.1 C
Bhubaneswar

ବିରାଟ କୋହଲିଙ୍କ ନୂଆ ରେକର୍ଡ, ଏମ.ଚିନ୍ନାସ୍ବାମୀ ଷ୍ଟାଡ଼ିୟମରେ ଛକା ମାରି ପୂରଣ କଲେ ୩୦୦୦ରନ

ନୂଆଦିଲ୍ଲୀ: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ତାରକା ବ୍ୟାଟ୍‌ସମ୍ୟାନ ବିରାଟ କୋହଲି ଆଇପିଏଲରେ ନୂଆ କୀର୍ତ୍ତିମାନ ସୃଷ୍ଟି କରିଛନ୍ତି। ବେଙ୍ଗାଲୁରୁର ଏମ୍‌.ଚିନ୍ନାସ୍ବାମୀ ଷ୍ଟାଡ଼ିୟମରେ ବିରାଟ ଆଇପିଏଲରେ ୩୦୦୦ରନ ପୂରଣ କରିଛନ୍ତି। ଶନିବାର ଚେନ୍ନଇ ସୁପରକିଙ୍ଗ୍‌ସ ବିପକ୍ଷ ମ୍ୟାଚରେ ତୁଷାର ଦେଶପାଣ୍ଡେଙ୍କ ବଲକୁ ଛକା ମାରି ଆଇପିଏଲରେ ଗୋଟିଏ ଷ୍ଟାଡ଼ିୟମରେ ୩୦୦୦ରନ ପୂରଣ କରିଛନ୍ତି।

ଉକ୍ତ ମ୍ୟାଚରେ କୋହଲି ୨୯ଟି ବଲରୁ ୪୭ରନ କରି ଆଉଟ୍‌ ହୋଇଥିଲେ। ମୁମ୍ବଇ ଇଣ୍ଡିଆନ୍‌ସର ରୋହିତ ଶର୍ମା ୱାଙ୍ଖଡେ ଷ୍ଟାଡ଼ିୟମରେ ୨୨୯୫ରନ କରିଛନ୍ତି। ଯାହା ଗୋଟିଏ ଷ୍ଟାଡ଼ିୟମରେ ଦ୍ବିତୀୟ ସର୍ବାଧିକ ସ୍କୋର ଭାବେ ରହିଛି। ସେହିପରି ଦକ୍ଷିଣ ଆଫ୍ରିକାର ପୂର୍ବତନ ବ୍ୟାଟ୍‌ସମ୍ୟାନ ଏ.ବି ଡିଭିଲିୟର୍ସ ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡ଼ିୟମରେ ୧୯୬୦ରନ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories