www.samajalive.in
Friday, December 5, 2025
17.1 C
Bhubaneswar

ଖରାଦିନେ ଅଧିକ ଲେମ୍ବୁ ସେବନ କରୁଥିଲେ… ହୋଇଯାଆନ୍ତୁ ସତର୍କ !

ସମାଜ ଡିଜିଟାଲ ଡେସ୍କ: ଲେମ୍ବୁରେ ଅଧିକ ଆଣ୍ଟିଅକ୍ସିଡାଣ୍ଟ ରହିଛି। ଏହା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ। ଲେମ୍ବୁ ପେଟ ସମ୍ବନ୍ଧୀୟ ଅନେକ ସମସ୍ୟା ଦୂର କରିଥାଏ। କିନ୍ତୁ ଏହାର ଫାଇଦା ସେପର୍ଯ୍ୟନ୍ତ ମିଳିବ ଯେପର୍ଯ୍ୟନ୍ତ ଉପଯୁକ୍ତ ମାତ୍ରାରେ ଏହାର ସେବନ କରାଯାଉଥିବ। ଅତ୍ୟଧିକ ସେବନ ଦ୍ୱାରା ଅନେକ ଶାରିରୀକ ସମସ୍ୟା ହୋଇପାରେ। ତେଣୁ ଏଥିପ୍ରତି ସାବଧାନ ରହିବା ଅନିବାର୍ଯ୍ୟ।

ଖରାଦିନେ ଲୋକମାନେ ଅଧିକ ଲେମ୍ବୁପାଣି ପିଇଥାଆନ୍ତି। ଦିନ ଭିତରେ ଅନେକ ଥର ଲେମ୍ବୁ ସେବନ କରନ୍ତି। ଯେପରି କି ଚଟଣୀରେ, ସାଲାଡ୍‌‌ରେ, ଚା’ରେ ଏବଂ ଲେମ୍ବୁ ସରବତ କରି ପିଇଥାଆନ୍ତି। ଏହା ଦ୍ୱାରା ଶରୀରକୁ କ୍ଷତି ପହଞ୍ଚିବାର ଆଶଙ୍କା ରହିଥାଏ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦିଅନ୍ତି।

- Advertisement -

ଲେମ୍ବୁରେ ଭିଟାମିନ ସି’ର ମାତ୍ରା ଅଧିକ ରହିଥାଏ। ଖରାଦିନେ ଖାଦ୍ୟ ରୂପେ ଗ୍ରହଣ କରାଯାଉଥିବା ଆମ୍ବ ଏବଂ ଅନ୍ୟାନ୍ୟ ପାଚିଲା ଫଳରେ ବି ଭିଟାମିନ୍‌‌ ସି’ ଅଧିକ ଥାଏ। ଏସବୁର ସେବନ ଫଳରେ ଶରୀରରେ ଭିଟାମିନ ସି’ ଅଧିକ ବଢ଼଼ିଯାଇଥାଏ, ଯାହା ଅନେକ ପ୍ରକାର ଶାରିରୀକ ସମସ୍ୟାର କାରଣ ସାଜିଥାଏ।

ବହୁତ ମାତ୍ରାରେ ଲେମ୍ବୁ ସେବନ ଦ୍ୱାରା ଦାନ୍ତଠାରୁ ଆରମ୍ଭ କରି ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ଉପରେ ଅନେକ ପ୍ରଭାବ ପଡ଼ିଥାଏ। ବୟସ୍କମାନଙ୍କ ପାଇଁ ଗୋଟିଏ ଦିନରେ ୧/୨ଟି ଲେମ୍ବୁପାଣି ଯଥେଷ୍ଟ ହୋଇଥାଏ। ପ୍ରତିଦିନ ଏହାଠାରୁ ଅଧିକ ମାତ୍ରାରେ ସେବନ କରିବା ଉଚିତ ନୁହେଁ।

କ’ଣ ହେବ ସମସ୍ୟା: ନ୍ୟାଶନାଲ ଇନ୍‌‌ଷ୍ଟିଚ୍ୟୁଟ ଅଫ୍‌‌ ହେଲଥ ଅନୁସାରେ, ଲେମ୍ବୁ ରସରେ ଅମ୍ଳ ଅଂଶ ଅଧିକ ଥାଏ। ଏହି ଅମ୍ଳ ଦାନ୍ତକୁ କ୍ଷତି ପହଞ୍ଚାଇଥାଏ। ଦାନ୍ତ ସମ୍ବେଦନଶୀଳ ହୋଇଯାଏ ଏବଂ ଦାନ୍ତରେ ଗର୍ତ୍ତ ସୃଷ୍ଟି ହୋଇଥାଏ। ଦାନ୍ତର ସୁରକ୍ଷା ପାଇଁ ଲେମ୍ବୁପାଣି ପିଇବା ସମୟରେ ଷ୍ଟ୍ର ବା ନଳୀର ବ୍ୟବହାର କରିବା ଭଲ। ଯାହା ଫଳରେ ଅମ୍ଳୀୟ ତରଳ ସିଧାସଳଖ ଦାନ୍ତ ସମ୍ପର୍କରେ ଆସି ନ ଥାଏ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories