www.samajalive.in
Monday, December 15, 2025
24.1 C
Bhubaneswar

ଆମେଥିରୁ ଲଢିବେ କି ରବର୍ଟ ଭଦ୍ରା! ଏମିତି ଦେଲେ ସଙ୍କେତ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଆମେଥି ଓ ରାୟବରେଲୀ ଭଳି ଭିଭିଆଇପି ଆସନ ପାଇଁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇନଥିବା ବେଳେ ଏଠାରୁ ଦଳ କାହାକୁ ଟିକେଟ ଦେବ ତାହାକୁ ନେଇ ଅନିଶ୍ଚିତତା ଲାଗି ରହିଛି। ଏହାରି ଭିତରେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ୱାମୀ ଭବର୍ଟ ଭଦ୍ରା ଆମେଥି ଆସନରୁ ନିର୍ବାଚନ ଲଢିବା ଲାଗି ଇଚ୍ଛା ପ୍ରକାଶ କରିଛନ୍ତି। ସକ୍ରିୟ ରାଜନୀତିକୁ ରବର୍ଟ ଭଦ୍ରା ଆସିବା ନେଇ ଏକ ସଙ୍କେତ ଦେଇଛନ୍ତି। ଏକ ସାକ୍ଷାତକାରରେ ରବର୍ଟ ଭଦ୍ରା କହିଛନ୍ତି ଯେ ଆମେଥିର ଲୋକମାନେ ବର୍ତ୍ତମାନର ସାଂସଦଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି। ଏପରିକି ବର୍ତ୍ତମାନର ପ୍ରତିନିଧିଙ୍କୁ ନିର୍ବାଚିତ କରି ସେମାନେ ବଡ ଭୁଲ କରିଥିବା କହୁଛନ୍ତି। ରବର୍ଟ କହିଛନ୍ତି ଆମେଥିବାସୀ ତାଙ୍କୁ ନିଜର ପ୍ରତିନିଧି ଭାବେ ଚାହାଁନ୍ତି।

କଂଗ୍ରେସର ୫ନ୍ୟାୟ ଓ ୨୫ ଗ୍ୟାରେଣ୍ଟି ପ୍ରତିଶ୍ରୁତି


୨୦୧୯ରେ ସ୍ମୃତି ଇରାନୀ ଆମେଥିରୁ ରାହୁଲଙ୍କ ବିପକ୍ଷରେ ଲଢି ନିର୍ବାଚିତ ହୋଇଥିଲେ। ଗାନ୍ଧୀ ପରିବାରର ଦୁର୍ଗ ଭାବେ ପରିଚିତ ଆମେଥି ଆସନରୁ ୨୦୧୯ ନିର୍ବାଚନରେ ରାହୁଲ ଗାନ୍ଧୀ ପରାଜିତ ହୋଇଥିଲେ। ପୂର୍ବରୁ ରାହୁଲ ଗାନ୍ଧୀ ୨୦୦୪, ୨୦୦୯ ଏବଂ ୨୦୧୪ରେ ଲାଗତାର ଏହି ଆସନରୁ ବିଜୟୀ ହୋଇଥିଲେ। ଚଳିତ ନିର୍ବାଚନରେ ରାହୁଲଙ୍କୁ ପୁନର୍ବାର ଆମେଥିରୁ ନିର୍ବାଚନ ଲଢିବା ଲାଗି ଉତ୍ତରପ୍ରଦେଶବାସୀ ନିବେଦନ କରିଥିଲେ। ମାତ୍ର ରାହୁଲ କେରଳର ୱାୟନାଡରୁ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ରାୟବରେଲିରେ ସୋନିଆ ଗାନ୍ଧୀ ପ୍ରତିନିଧିତ୍ୱ କରୁଥିବା ବେଳେ ସେ ପ୍ରତ୍ୟକ୍ଷ ରାଜନୀତି ଛାଡି ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। କୁହାଯାଉଛି ଏଥର ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରାୟବରେଲିରୁ ପ୍ରାର୍ଥୀ ହୋଇପାରନ୍ତି।

ଲୋକଙ୍କୁ ଫୋନ କରି ବିକାଶ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

- Advertisement -

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories