www.samajalive.in
Wednesday, December 10, 2025
23.1 C
Bhubaneswar

କାଳବୈଶାଖୀ ତାଣ୍ଡବ, ଭାଙ୍ଗିଲା ଗଛ, ଉଡିଲା ଘର ଛାତ

କଲମପୁର : କଲମପୁର ଅଂଚଳରେ ଦେଖା ଦେଇଥିଲା କାଳ ବୈଶାଖୀର ତାଣ୍ଡବ। ମାତ୍ର କିଛି ସମୟର ଏ କାଳବୈଶାଖୀ ଅନେକଙ୍କୁ ବେଘର କରି ଦେଇଛି। ପୁଣି ଉପୁଡିଛି ଅନେକ ବିରାଟକାୟ ଗଛ। କିଛି ଚାଷ ଜମିରେ ବାହାରୁଥିବା ଧାନ କେଣ୍ଡା ମଧ୍ୟ ନଷ୍ଟ ହେବାର ଆଶଙ୍କା କରାଯାଉଛି।

ସୂଚନା ଅନୁସାରେ ବୁଧବାର ସଂଧ୍ୟା ପ୍ରାୟ ସାଢେ ୬ଟା ବେଳେ ହଠାତ୍ ବିଜୁଳି ଘଡଘଡି ସହ ଘୋର ମେଘ ପବନ ମାଡି ଆସି ଥିଲା। ପ୍ରାୟ ୪୫ ମିନିଟ ବର୍ଷା ସହ ପବନ ଜାରି ରହିଥିଲା। ସମଗ୍ର କଲମପୁର ଅଂଚଳରେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହେଇଯାଇ ଅନ୍ଧାର ହେଇ ଯାଇଥିଲା। ପବନର ପ୍ରଭାବ ଯୋଗୁଁ କଲମପୁର ଥୁଆମଉଲ ରାମପୁର ମୁଖ୍ୟ ରାସ୍ତାର ବେଲପଡା, ଗୁମାବାହାଲ, ପଣ୍ଡିଗାଁ ସମେତ କଲମପୁର, ଘୋଡାବନ୍ଧା, ବିରିପୁର ଆଦି ଗ୍ରାମରେ ଥିବା ବିରାଟକାୟ ଗଛ ସବୁ ଉପୁଡି ହେଇ ପଡିଥିଲା। ଯାହାକୁ ସ୍ଥାନୀୟ ଅଗ୍ନିଶମ ବିଭାଗ କର୍ମଚାରୀ ଶଙ୍କର ପ୍ରସାଦ ତ୍ରିପାଠୀଙ୍କ ନେତୃତ୍ୱରେ ଗଜାନନ ମାଝୀ, ଡିସେମ୍ବର ବୁଡେକ, ନିରଞ୍ଜନ ଦାଶ ପ୍ରମୁଖ କର୍ମଚାରୀ କାଟି ସଫା କରିବା ପରେ ଏହି ରାସ୍ତା ଦେଇ ଯାତାୟତ ସ୍ୱଭାବିକ ହେଇଥିଲା।

ରାହୁଲଙ୍କ ସମ୍ପତ୍ତି ୨୦ କୋଟି, ବାସଗୃହ କିମ୍ବା ଗାଡି ନଥିବା ସତ୍ୟପାଠରେ ଉଲ୍ଲେଖ

- Advertisement -

କଲମପୁର ପୁଲିସ  ଥାନା ପକ୍ଷରୁ ଏସ.ଆଇ ଡୋଳାମଣି ବିଶି, ଏ.ଏସ.ଆଇ ଶଏଖର ଜେନାଙ୍କ ସମେତ ଅନ୍ୟ ପୁଲିସ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ। ଏହାସହ ବେଲପଡା, ଆଦର୍ଶ ବିଦ୍ୟାଳୟ ଛକର ଦୋକାନ ଘର ସମେତ ଘୋଡାବନ୍ଧା ଗ୍ରାମର ଅରୁପ ହରିଜନଙ୍କ ଘର ସମେତ ବହୁ ଲୋକଙ୍କ ଘର ଛାତ ଉଡି ଯାଇଥିବା ଦେଖା ଦେଇଛି।
ଗଛ ସବୁ ଭାଙ୍ଗି ପଡିବା ଦ୍ୱାରା ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହେଇ ପଡିଛି। ଦୀର୍ଘ ୨୪ ଘଣ୍ଟା ପରେ ମଧ୍ୟ ଅନେକ ଗାଁକୁ ବିଦ୍ୟୁତ୍ ସେବା ସ୍ୱଭାବିକ ହେଇ ପାରିନାହିଁ। ଆସନ୍ତା ୬ ତାରିଖ ଦିନ ତାପମାତ୍ରା ଅହେତୁକ ମାତ୍ରାରେ ବୃଦ୍ଧି ପାଇବା ନେଇ କଳାହାଣ୍ଡି ସମେତ ରାଜ୍ୟର ଅନ୍ୟ କିଛି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି।

ସକାଳ ସାଢେ ୮ଟାରେ ୩୨ ଡିଗ୍ରୀ ଟପିଲା

ଦିନତମାମ ୪୦ ଡିଗ୍ରୀ ଉପରେ ତାପମାତ୍ରା ରହିଥିବା ବେଳେ ଅସହ୍ୟ ଗୁଳୁଗୁଳି ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ ହେଇ ପଡିଛି। ଏଭଳି ସ୍ଥିତିରେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ ସେବା ବିପର୍ଯ୍ୟସ୍ତ ଯୋଗୁଁ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଛି। ବିଦ୍ୟୁତ୍ ବିନା ଘରେ ବସିବା ମଧ୍ୟ କଷ୍ଟକର ହେଇ ପଡୁଛି।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories