ସକାଳ ସାଢେ ୮ଟାରେ ୩୨ ଡିଗ୍ରୀ ଟପିଲା
ଭୁବନେଶ୍ୱର: ରାଜ୍ୟରେ ବଢୁଛି ତାତି, ଅସହ୍ୟ ଗରମ ଓ ଗୁଳୁଗୁଳି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହେଉଛନ୍ତି। ଶୁକ୍ରବାର ସକାଳ ସାଢେ ୮ଟା ସୁଦ୍ଧା କେନ୍ଦୁଝର ଜିଲାରେ ତାପମାତ୍ରା ୩୨ଡିଗ୍ରୀ ଟପିଛି। କେନ୍ଦୁଝର ୩୨.୬ ଡିଗ୍ରୀ, ଚାନ୍ଦବାଲି ୩୧.୬ଡିଗ୍ରୀ, ଭୁବନେଶ୍ୱର ୩୧.୨ ଡିଗ୍ରୀ, ବାଲେଶ୍ୱର ୩୦.୮ଡିଗ୍ରୀ, ଝାରସୁଗୁଡା ଓ ସମ୍ବଲପୁରରେ ତାପମାତ୍ରା ୩୦.୬ ଡିଗ୍ରୀ ହୋଇଛି। ସକାଳୁ ସକାଳୁ ପ୍ରବଳ ଖରା ସହିତ ଗୁଳୁଗୁଳି ଅନୁଭୂତ ହେଉଥିବା ଲୋକେ ହନ୍ତସନ୍ତ ହେଉଛନ୍ତି।
Copy and paste this URL into your WordPress site to embed
Copy and paste this code into your site to embed