ଅହିରାଜ ବିଷଠୁ ଅଧିକ ବିଷାକ୍ତ ଏହି ଗଛ, ମାତ୍ର କିଛି କ୍ଷଣରେ ନେଇଯାଏ ମଣିଷ ଜୀବନ

ନୂଆଦିଲ୍ଲୀ : ପୃଥିବୀପୃଷ୍ଠରେ ଥିବା ଗଛଗୁଡିକ ଆମକୁ ଅମ୍ଳଜାନ ଦିଅନ୍ତି ବୋଲି ଆପଣ ଜାଣିଥିବେ । କେଉଁ ଗଛର ପତ୍ର ମାନବ ସମାଜର କାମରେ ଆସେ ତ ଆଉ କେଉଁ ଗଛର ଫଳ  ଭଗବାନଙ୍କ ପାଖରେ ପୂଜା ହୁଏ । କିନ୍ତୁ ଏ ଧରାପୃଷ୍ଠରେ ଏମିତି ଏକ ଗଛ ଅଛି ଯାହା ମାତ୍ର କିଛି କ୍ଷଣରେ ମଣିଷର ଜୀବନ ନେଇପାରେ । ଆପଣ ଜାଣିଛନ୍ତି କି ? ଯଦି ଜାଣିନାହାଁନ୍ତି ଆଜି ଆମେ ଆପଣଙ୍କୁ କହିବୁ, ଆସନ୍ତୁ ଜାଣିବା…

ଅତି ସୁନ୍ଦର ଦେଖାଯାଉଥିବା ଏହି ଗଛର ନାଁ ହେଉଛି ‘ସରବେରା ଓଡୋଲମ ସୁଇସାଇଡ୍ ଟ୍ରି’ । ଏହି ବୃକ୍ଷରେ ଏକ ଅହିରାଜ ସାପଠୁ ମଧ୍ୟ ଅଧିକ ବିଷ ଥାଏ । ଭାରତ ସହିତ ଦକ୍ଷିଣପୂର୍ବ ଏସିଆର କିଛି ଅଞ୍ଚଳରେ ଏହି ଗଛ ନଜର ଆସିଥାଏ ।

prayash

ଗରମ ତେଲରେ ହାତ ପୁରାଇ ପକୁଡି ଛାଣୁଛନ୍ତି ଦୋକାନୀ: ଭିଡିଓ ଦେଖି ଲୋକେ କହିଲେ, ‘ଲୁହାର ହାତ’

ବୈଜ୍ଞାନିକମାନେ ଗବେଷଣା କରି ଜାଣିବାକୁ ପାଇଛନ୍ତି କି ଏହାର ମଞ୍ଜିରେ ସରବେରିନ ନାମକ ଏକ ପ୍ରକାର ପଦାର୍ଥ ମିଳିଥାଏ ଯାହା ବହୁତ ବିଷଯୁକ୍ତ । ସାରା ବିଶ୍ବରେ ଦେଖିବାକୁ ମିଳୁଥିବା ଯେତେ ପ୍ରକାର ବିଷାକ୍ତ ଗଛ ରହିଛନ୍ତି ସେ ସମସ୍ତଙ୍କଠୁ ଏହାର ବିଷ ଅଧିକ । ରିପୋର୍ଟ ଅନୁସାରେ ପ୍ରତି ସପ୍ତାହରେ ଜଣେ ବ୍ୟକ୍ତିର ଜୀବନ ଏହି ଗଛ ଯୋଗୁଁ ଯାଇଥାଏ ।

Comments are closed.