ଜେକେ ଲକ୍ଷ୍ମୀ ସିମେଣ୍ଟ କାରଖାନାରେ ସଡକ ସୁରକ୍ଷା ସଚେତନତା

ଗୁରୁଡିଝାଟିଆ: ଜେକେ ଲକ୍ଷ୍ମୀ ସିମେଣ୍ଟ କାରଖାନା ପରିସରରେ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଓ ଗାଡି ଚାଳକଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ଏକ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିର ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଛି। ରାଧାଶ୍ୟାମପୁର ସ୍ଥିତ କାରଖାନା ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀଙ୍କ ପ୍ରତିନିଧି ରଞ୍ଜନ କୁମାର ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଗାଡି ଚାଳକ ଆମ ସମାଜର ବନ୍ଧୁ। ସେମାନେ ସଚେତନ,ସତର୍କ ଓ ଜାଗ୍ରତ ରହିଲେ ଦୁର୍ଘଟଣା ହ୍ରାସ ପାଇବା ସହ ନିଜେ ସୁରକ୍ଷିତ ରହିବା ସହ ଅନ୍ୟ ପରିବାର ମୁହଁରେ ହସ ଫୁଟାଇପାରିବେ ବୋଲି କହିବା ସହ କାର୍ଯ୍ୟରତ ଗାଡି ଚାଳକଙ୍କ ପ୍ରତି ସୁବ୍ୟବହାର ପ୍ରଦର୍ଶନ କରିବା ଆମ୍ଭମାନଙ୍କ କର୍ତ୍ତବ୍ୟ ବୋଲି ଶ୍ରୀ ଆଚାର୍ଯ୍ୟ କହିଥିଲେ।

prayash

କାରଖାନାର ମୁଖ୍ୟ ଗିରୀଶ ତିୱାରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ସୁବାସ ବିଶ୍ୱାଳ, ସମିତିସଭ୍ୟ ଙ୍କ ପ୍ରତିନିଧି ,ପୁର୍ବତନ ସରପଞ୍ଚ ଲକ୍ଷ୍ମୀଧର ମହାନ୍ତି, ପ୍ରମୁଖ ଅତିଥି ଭାବରେ ଯୋଗଦେଇ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିବା ସହ ଚାଳକମାନେ ରାଜ୍ୟ ବିକାଶର ଅନ୍ୟତମ ଅଂଶୀଦାର ଓ ମହାନାୟକ ବୋଲି କହିଥିଲେ । ଏହି ଅବସରରେ ପାରିପାଶ୍ୱିର୍କ ଉନ୍ନୟନ ବାବଦରେ କାରଖାନା ପକ୍ଷରୁ କଖଡି,ଘଣ୍ଟିଖାଲ, ରାଧାଶ୍ୟାମପୁର, ଖୁଣ୍ଟୁଣୀର ବିଭିନ୍ନ କ୍ଲବକୁ କ୍ରିକେଟଖେଳର ପ୍ରସାର ପାଇଁ ଉପକରଣ ପ୍ରଦାନ କରାଯାଇଥିବା ବେଳେ ଘଣ୍ଟିଖାଲ ,ରାଧାଶ୍ୟାମପୁର ଅଙ୍ଗନୱାର୍ଢି କେନ୍ଦ୍ର ସହିତ ଆଉ ଦୁଇଟି ଅଙ୍ଗନୱାର୍ଡି କେନ୍ଦ୍ରକୁ ଛୋଟପିଲାଙ୍କ ବୌଦ୍ଧିକ ବିକାଶ ପାଇଁ କ୍ରିଡା ଉପକରଣ ପ୍ରଦାନ କରାଯାଇଥିଲା।

କାରଖାନାର ପାରିପାଶ୍ୱର୍ିକ ଉନ୍ନୟନ ଅଧିକାରୀ ସୁଶୀଲ କୁମାର ରାଉତ କାର୍ଯ୍ୟକ୍ରମର ଆଭିମୁଖ୍ୟ, ସଡକ ସଚେତନତା, ଚାଳକମାନଙ୍କ ପାଇଁ ପ୍ରଶିକ୍ଷଣ ଓ ପାରିପାଶ୍ୱର୍ିକ ଉନ୍ନୟନ ମାଧ୍ୟମରେ ସ୍ଥାନୀୟ ଅଞ୍ଚଳର ଶିକ୍ଷା,କ୍ରିଡା ଆଦି ବିଭିନ୍ନ କ୍ଷେତ୍ରରେ କାରଖାନା ନେଇଥିବା ପଦକ୍ଷେପ ସଂପର୍କରେ ଆଲୋକପାତ କରିବା ସହ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। କାରଖାନାର କର୍ମଚାରୀ ସୌରଭ ପଣ୍ଡା .ଜ୍ୟୋତି ପ୍ରଧାନ, ସୁଦିପ୍ତ ମହାରଣା, ବଳରାମ ବେହେରା, ବିଜୟ ଦାସ, ଅଶୋକ ମହାରଣା, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ଢେଙ୍କାନାଳ ସ୍ଥିତ କଳିଙ୍ଗ ଚକ୍ଷୁ ଚିକିତ୍ସାଳୟର କାର୍ଯ୍ୟକ୍ରମ ଅଧିକାରୀ ସହଦେବ ବେହେରା ଶାନ୍ତିଲତା ଡ୍ରାଇଭର ଟ୍ରେନିଂ ପ୍ରଶିକ୍ଷଣ କେନ୍ଦ୍ରର ପ୍ରମୁଖ କର୍ମକର୍ତ୍ତା ପ୍ରମର କୁମାର ମଲ୍ଲିକ ପ୍ରମୁଖ ସ୍ୱତନ୍ତ୍ର ପ୍ରଶିକ୍ଷକ ଭାବରେ ଯୋଗଦେଇଥିଲେ। କାରଖାନାର ବରିଷ୍ଠ ଅଧିକାରୀ ସୁଜନ ସିଂ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.