ରେଙ୍ଗାଲି ନିର୍ବାଚନ ମଣ୍ଡଳୀ, ଭୋଟରଙ୍କ ପସନ୍ଦ ପାଳି ପଦ୍ଧତି

ରେଙ୍ଗାଲି: ୨୦୨୪ ସାଧାରଣ ନିର୍ବାଚନ ସରିଯାଇଛି ସତ କିନ୍ତୁ ରେଙ୍ଗାଲି ନିର୍ବାଚନର ବିଭିନ୍ନ ଦିଗ କୁ ନେଇ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଛି। ସଂପ୍ରତି ରେଙ୍ଗାଲି ନିର୍ବାଚନ ମଣ୍ଡଳୀର ଫଳାଫଳ ଏବେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ଏହି ନିର୍ବାଚନ ମଣ୍ଡଳୀର ଭୋଟର୍ ପାଳି ପଦ୍ଧତିକୁ ପସନ୍ଦ କରୁଥିବା ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇଛି।  ନିର୍ବାଚନ ମଣ୍ଡଳୀ ସୀମା ପୁନଃନିର୍ଦ୍ଦାରଣ ସମୟ ରେ ୨୦୦୯ ମସିହାରେ ଏହି ନିର୍ବାଚନ ମଣ୍ଡଳୀର ଜନ୍ମ। ଏପର୍ଯ୍ୟନ୍ତ ଏହି ନିର୍ବାଚନ ମଣ୍ଡଳୀ ୪ଟି ନିର୍ବାଚନ ଦେଖିଛି । ନିର୍ବାଚନରେ ପ୍ରତି ଥର ନୂଆ ଚେହେରା ବିଜୟୀ ହେଉଥିବା ବେଳେ କୌଣସି ଦଳ କ୍ରମାଗତ ଭାବେ ଦୁଇ ଥର ନିର୍ବାଚନ ଜିତିବାରେ ସକ୍ଷମ ହୋଇ ନାହାନ୍ତି। ୨୦୦୯ ମସିହା ରେ କଂଗ୍ରେସର ଦୁର୍ଯୋଧନ ଗର୍ଡ଼ିଆ ବିଜୟୀ ହୋଇଥିଲେ । ୨୦୧୪ନିର୍ବାଚନରେ ବିଜେଡିର ରମେଶ ପଟୁଆ ଏବଂ ୨୦୧୯ରେ ବିଜେପି ର ନାଉରୀ ନାଏକ ବିଜୟୀ ହୋଇଥିଲେ। ସଦ୍ୟ ସମାପିତ ନିର୍ବାଚନରେ ବିଜେଡିର ସୁଦର୍ଶନ ହରିପାଲ ବିଜୟୀ ହୋଇଛନ୍ତି।
prayash
ପାଳି ପଦ୍ଧତିକୁ ପସନ୍ଦ କରି ଜନାଦେଶ ଦେଉଥିବା ରେଙ୍ଗାଲି ନିର୍ବାଚନ ମଣ୍ଡଳୀର ଭୋଟର ପ୍ରତି ନିର୍ବାଚନରେ ନୂଆ ନେତାଙ୍କୁ ବିଧାନ ସଭାକୁ ପଠାଉଛନ୍ତି। ଯିଏ ବି ଦ୍ୱିତୀୟଥର ପ୍ରାର୍ଥୀ ହୋଇଛନ୍ତି ସେ ପରାଜିତ ହୋଇଛନ୍ତି। ଦୁର୍ଯୋଧନ ଗର୍ଡ଼ିଆ ଏବଂ ନାଉରୀ ନାଏକ ଏହାର ଜ୍ୱଳନ୍ତ ଉଦାହରଣ ଅଟନ୍ତି। ନିର୍ବାଚନ ମଣ୍ଡଳୀର ଭୋଟରଙ୍କ ଏଭଲି ପସନ୍ଦ ରାଜନୈତିକ ମହଲରେ ଚର୍ଚ୍ଚା ର ବିଷୟ ହୋଇଛି।

Comments are closed.