BJD Bijuli 480×75 Mob

ଗୁରୁଦିବସ ପାଳନ କରିବାର କାରଣ

BJD Bijuli 480×75 Mob
0

ପ୍ରତିବର୍ଷ ସେପ୍ଟେମ୍ବର୫ ତାରିଖରେ ଗୁରୁଦିବସ ପାଳନ କରାଯାଏ। ଏହାକୁ ପାଳନ କରିବାର ମୁଖ୍ୟ କାରଣ ହେଉଛି ସମାଜର ମେରୁଦଣ୍ଡ ଭାବେ ପରିଚିତ ଗୁରୁଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦାନ କରିବା। ଯାହାଙ୍କର ଅବଦାନ ସମାଜ, ଦେଶ ଏବଂ ଶିକ୍ଷା ପାଇଁ ଏକ ଆଶୀର୍ବାଦ ଅଟେ। ଗୁରୁଦିବସକୁ ସେପ୍ଟେମ୍ବର ୫ ତାରିଖରେ ପାଳନ କରିବାର ଏକ ପ୍ରଧାନ କାରଣ ରହିଛି। ସେପ୍ଟେମ୍ବର ୫ ହେଉଛି ଦେଶର ବହୁ ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନ । ସେ ଏକ ଧାରରେ ବିଦ୍ୱାନ, ରାଜନିତୀଜ୍ଞ ଓ ଏକ ମହାନ ଶିକ୍ଷକ ଥିଲେ।

ସେ ଯେତେବେଳେ ୧୯୬୨ରେ ଭାରତର ରାଷ୍ଟ୍ରପତି ହୋଇଥିଲେ କିଛି ଛାତ୍ରଛାତ୍ରୀମାନେ ସେପ୍ଟେମ୍ବର ୫ ତାରିଖ ଯାହା କି ତାଙ୍କର ଜନ୍ମ ଦିବସ ଥିଲା ,ସେହି ଦିନକୁ ବିଶେଷ ଭାବେ ପାଳନ କରିବା ପାଇଁ ଅନୁରୋଧ କରିଥିଲେ। ମାତ୍ର ସେ ସମଗ୍ର ଶିକ୍ଷକ ସମାଜକୁ ସମ୍ମାନ ଦେବା ପାଇଁ ନିଜ ଜନ୍ମ ଦିବସକୁ ଗୁରୁଦିବସ ରୂପେ ପାଳନ କରିବା ନିମନ୍ତେ କହିଥିଲେ। ସେବେ ଠାରୁ ଏହି ଦିନକୁ ଗୁରୁଦିବସ ରୂପେ ପାଳନ କରାଯାଇଥାଏ।

Leave A Reply