ନିୟମ ମାନିଲେନି, ଗଣିବେ ତଣ୍ଡ

ଡେସ୍କ: ନିୟମ ପାଳନ ନ କରିବା ଅଭିଯୋଗରେ ରିଜର୍ଭ ବ୍ୟାଙ୍କ ୩ଟି ସମବାୟ ବ୍ୟାଙ୍କ ଉପରେ ଆର୍ଥିକ ଜରିମାନା ଲଗାଇଛି। ରିଜର୍ଭ ବ୍ୟାଙ୍କର ଏକ ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ, ଗ୍ରାହକଙ୍କ ପାଇଁ କେୱାଇସି ନିୟମ ପାଳନ ନ କରିବା ପାଇଁ ସୋଲାପୁରସ୍ଥିତ ଲୋକ ମଙ୍ଗଳ ସମବାୟ ବ୍ୟାଙ୍କ ଉପରେ ୫ ଲକ୍ଷ ଟଙ୍କାର ଜରିମାନା ଆଦାୟ କରାଯାଇଛି। ପୁଞ୍ଜି ଆବଶ୍ୟକତା ନିୟମ ପୂରଣ ନ କରିବା ପାଇଁ ମୁମ୍ବାଇର ସତାରା ସମବାୟ ବ୍ୟାଙ୍କ ଲିମିଟେଡ ଉପରେ ୨ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି ରିଜର୍ଭ ବ୍ୟାଙ୍କ। ବୈଧାନିକ ନିୟମ ଉଲ୍ଲଂଘନ ଅଭିଯୋଗରେ ଉଦଗିର ଅର୍ବାନ କୋଅପରେଟିଭ୍ ବ୍ୟାଙ୍କ ଉପରେ ଏକ ଲକ୍ଷ ଟଙ୍କା ଜରିମାନା ଲାଗୁ କରାଯାଇଛି। ବୈଧାନିକ ନିୟମ ପାଳନ ନ ହେବାରୁ ଏହି ବ୍ୟାଙ୍କଗୁଡ଼ିକ ଉପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ରିଜର୍ଭ ବ୍ୟାଙ୍କ ସ୍ପଷ୍ଟ କରିଛି।

ସମସ୍ତ ପ୍ରାର୍ଥୀଙ୍କୁ ଠିକ୍ ସମୟରେ ନୋ ଡ୍ୟୁଜ ସାର୍ଟିଫିକେଟ ପ୍ରଦାନ ନେଇ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ

Comments are closed.