ଟଙ୍କା ଜମା ପାଇଁ ଯିବାକୁ ପଡିବନି ବ୍ୟାଙ୍କ: ଖୁବଶୀଘ୍ର ୟୁପିଆଇ ଜରିଆରେ ଡିପୋଜିଟ୍ ହେବ ଟଙ୍କା
ନୂଆଦିଲ୍ଲୀ : ଟଙ୍କା ଜମା ପାଇଁ ଆଉ ବ୍ୟାଙ୍କ ଧାଇଁବାକୁ ପଡିବନି। ବ୍ୟାଙ୍କଠାରୁ ଦୂରରେ ରହିଥିଲେ ମଧ୍ୟ ଟଙ୍କା ଡିପୋଜିଟ୍ କରିପାରିବେ। ଶୁକ୍ରବାର ଭାରତୀୟ ରିଜର୍ଭ ବ୍ୟାଙ୍କ୍ ୟୁପିଆଇକୁ ନେଇ ଏକ ବଡ ଘୋଷଣା କରିଛି। ଏଣିକି ଆମେ ୟୁପିଆଇ ସହାୟତାରେ ଟଙ୍କା ଜମା କରିପାରିବା। ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି, ପୂର୍ବରୁ ଡେବିଟ୍ କାର୍ଡ ଜରିଆରେ ନଗଦ ଟଙ୍କା ଜମା କରାଯାଉଥିଲା । ଖୁବଶୀଘ୍ର ୟୁପିଆଇ ଦ୍ୱାରା ଏଟିଏମରେ ଟଙ୍କା ଜମା କରିବାକୁ ହେବ । ଏହି ସୁବିଧା ଉପଲବ୍ଧ ହେଲେ ଏଟିଏମର ବ୍ୟବହାର ବହୁଳ ମାତ୍ରାରେ କମିଯିବ। ଏହି ସେବା ଆସିବା ଦ୍ୱାରା ଲୋକଙ୍କୁ ବହୁତ ସୁବିଧା ମିଳିବ । ପିପିଆଇଏସ୍ ୱାଲେଟ୍ରୁ ୟୁପିଆଇ ପେମେଣ୍ଟ କେବଳ ପିପିଆଇ ସେବା ପ୍ରଦାନକାରୀଙ୍କ ଦ୍ବାରା ଦିଆଯାଇଥିବା ୱେବ୍ କିମ୍ବା ମୋବାଇଲ ଆପ୍ ମାଧ୍ୟମରେ କରାଯାଉଥିଲା। ତେବେ ନୂତନ ଘୋଷଣା ଅନୁଯାୟୀ ପିପିଆଇ ୱାଲେଟ୍ରୁ ୟୁପିଆଇ ପେମେଣ୍ଟ କରିବା ପାଇଁ ଯେକୌଣସି ତୃତୀୟପକ୍ଷ ୟୁପିଆଇ ଆପ୍ ସହାୟତା ନେଇହେବ।
Comments are closed.