ରେଭେନ୍ସାରେ ପୁଣି ଛାତ୍ର ଅଶାନ୍ତି

0

କଟକ: ମଙ୍ଗଳବାର ରେଭେନ୍ସା ବିଶ୍ବବିଦ୍ୟାଳୟରେ ଛାତ୍ର ଅଶାନ୍ତି ଦେଖିବାକୁ ମିଳିଛି । ବିଭିନ୍ନ ଦାବି ନେଇ ଛାତ୍ରଛାତ୍ରୀମାନେ କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଛନ୍ତି । ଫି ବୃଦ୍ଧି ଓ ହଷ୍ଟେଲ ଛାଡିବା ନିର୍ଦେଶର ପ୍ରତିବାଦ କରି ଛାତ୍ରଛାତ୍ରୀମାନେ ଏହି ଧାରଣା ଦେଇଛନ୍ତି । ସୂଚନାଯୋଗ୍ୟ, ନବୀକରଣ ପାଇଁ ମେ ୨୮ ସୁଦ୍ଧା ହଷ୍ଟେଲ ଛାଡିବାକୁ ନୋଟିସ୍ ହୋଇଥିଲା।

Leave A Reply