ଅନେକ ରୋଗରୁ ରକ୍ଷା କରେ ରସଗୋଲା !

0

ଖାଦ୍ୟ ବିଶେଷଜ୍ଞଙ୍କ ମତ ଯେ ନିୟମିତ ଭାବେ ମିଠା ଖାଇବା ଅର୍ଥ ଶରୀରକୁ ବିଷ ଦେବା। ଏଣୁ ମିଠା ଅଧିକ ପରିମାଣରେ ନ ଖାଇବା ନିମନ୍ତେ ସମସ୍ତ ବର୍ଗର ଲୋକଙ୍କୁ ସଚେତନ କରାଯାଉଛି। ଏପରିସ୍ଥଳେ କଲକାତା ଆସିଥିବା ନ୍ୟୁଜିଲାଣ୍ଡ ବିଶେଷଜ୍ଞ ଦଳ ‘ରସଗୋଲା’ ଉପରେ ବିଶ୍ଳେଷଣ କରିଥିଲେ। କଲକାତାର ସବୁଠୁ ଲୋକପ୍ରିୟ ତଥା ପୁରାତନ ରସଗୋଲା ଦୋକାନର ୫୫ ପ୍ରକାରର ରସଗୋଲା ସାମିଲ କରାଯାଇଥିଲା। ସର୍ବେକ୍ଷଣରେ ୧୦ହଜାରରୁ ଅଧିକ ଲୋକ ମଧ୍ୟ ଭାଗ ନେଇଥିଲେ।

ଶୁଦ୍ଧ ମିଶ୍ରଣରେ ତିଆରି ହେଉଥିବା ରସଗୋଲା ସ୍ବାସ୍ଥ୍ୟ ଉପରେ କୌଣସି କୁପ୍ରଭାବ ପକାଏନାହିଁ ବୋଲି ବିଶେଷଜ୍ଞଙ୍କ ମତ। ଜଣ୍ଡିସ୍‌ରେ ଆକ୍ରାନ୍ତ ରୋଗୀ ଧଳା ରସଗୋଲା ଖାଇବା ଦ୍ବାରା ସେମାନଙ୍କ ସ୍ବାସ୍ଥ୍ୟ ଭଲଆଡ଼କୁ ଗତି କରିଥାଏ ବୋଲି ପରୀକ୍ଷାରୁ ପ୍ରକାଶ।

prayash

ହଳଦିଆ ପରିଶ୍ରା ହେଉଥିବା ଲୋକେ ଏଥିରୁ ବର୍ତ୍ତିବାକୁ ଚାହୁଁଥିଲେ ରସଗୋଲା ଖାଇଲେ ସେଥିରୁ ମୁକ୍ତି ମିଳେ।

ଏହା ସହ ଆଖି ହଳଦିଆ ହେଉଥିଲେ କିମ୍ବା ବାରମ୍ବାର କୁଣ୍ଡାଇ ହେଉଥିଲେ ମଧ୍ୟ ରସଗୋଲା ଖାଇଲେ ଲାଭ ମିଳେ।

ଏସବୁ ବାଦ୍ ବିଶେଷଜ୍ଞଙ୍କ ମତ ଥିଲା, କେବଳ ଶୁଦ୍ଧ ମିଶ୍ରଣରେ ପ୍ରସ୍ତୁତି ହେଉଥିବା ରସଗୋଲା ସ୍ବାସ୍ଥ୍ୟ ପାଇଁ ଆଦୌ ହାନିକାରକ ନୁହେଁ। କଲକାତା ବଜାରରେ ଶୁଦ୍ଧ ରସଗୋଲା ଉପଲବ୍ଧ ହେଉଛି। ଏସବୁ କିଲୋ ପିଛା ୬୦୦ ରୁ ୫୦୦୦ଟଙ୍କାରେ ମିଳୁଛି।

Leave A Reply