www.samajalive.in
Friday, December 12, 2025
19.1 C
Bhubaneswar

କଟକ ଏସସିବି ମେଡିକାଲରେ ଦ୍ଵିତୀୟ ଯକୃତ ପ୍ରତିରୋପଣ ସଫଳ

ଡେସ୍କ: କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲରେ ଦ୍ଵିତୀୟ ଯକୃତ ପ୍ରତିରୋପଣ ସଫଳ ହୋଇଛି। ଅସ୍ତ୍ରୋପଚାର ସଫଳ ହୋଇଥିବା ମେଡିକାଲ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମେଡିକାଲ ଅଧିକ୍ଷକ ଲୁସି ଦାସ। ନୟାଗଡର ମାନସ ମୁଦୁଲୀଙ୍କୁ ଦେଲେ ତାଙ୍କ ପତ୍ନୀ ଛବି ମୁଦୁଲି ଯକୃତ ଦେଇଛନ୍ତି। ହାଇଦ୍ରାବାଦର ୪ ଜଣିଆ ଏଆଇଜି ଟିମ୍ ଏବଂ ଏସସିବିର ବିଭିନ୍ନ ବିଭାଗ ଡାକ୍ତରଙ୍କ ଦ୍ବାରା ଯକୃତ ପ୍ରତିରୋପଣ ସଫଳତାର ସହ ଶେଷ ହୋଇଛି। ଅସ୍ତ୍ରୋପଚାର ପରେ ଉଭୟ ଦାତା ଏବଂ ଗ୍ରହୀତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ରହିଛି। ଆଜି ଉଭୟଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଇଛି।


ଦୀର୍ଘ ୯ ଘଣ୍ଟା ଧରି ଏହି ଜଟିଳ ଅପରେସନ କରାଯାଇଥିଲା। ବର୍ତ୍ତମାନ ଦୁଇଟି ସଫଳ ଯକୃତ ପ୍ରତିରୋପଣ ଏସସିବିରେ ସଫଳତାର ଶେଷ ହୋଇଥିଲା ବେଳେ ଆଉ ଗୋଟିଏ ମାସ ମଧ୍ୟରେ ତୃତୀୟ ପ୍ରତିରୋପଣ କରାଯିବ ବୋଲି କହିଛନ୍ତି ମେଡିକାଲ କର୍ତୃପକ୍ଷ। ତେବେ ନୟାଗଡ଼ ଅଞ୍ଚଳର ମାନସ ମୁଦୁଲିଙ୍କ ଗତ ସେପ୍ଟେମ୍ବର ୯ରେ ଏସସିବିରେ ଯକୃତ ପ୍ରତିରୋପଣ କରାଯାଇଥିଲା ଏବଂ ତାଙ୍କ ପତ୍ନୀ ଛବି ମୁଦୁଲିଙ୍କ ଶରୀରରୁ ୫୫ ପ୍ରତିଶତ ଯକୃତର ଅଂଶ କଢ଼ାଯାଇ ମାନସଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା। ଏହି ଯକୃତ ପ୍ରତିରୋପଣ ମେଡିକାଲରେ ସମ୍ପୂର୍ଣ୍ଣ ନିଃଶୁଳ୍କ ଭାବେ କରାଯାଇଥିଲା। ହାଇଦ୍ରାବାଦ ସ୍ଥିତ ଏସିଆନ ଇନଷ୍ଟିଚ୍ୟୁଟ ଅଫ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିର ନିର୍ଦେଶକ ତଥା ମୁଖ୍ୟ ପି. ବାଲାଚନ୍ଦ୍ରନ ମେନନ, ଉପସଭାପତି ଡା. ସନ୍ତୋଷ କୁମାର ସାହୁଙ୍କ ସମେତ ୪ ଜଣିଆ ଡାକ୍ତରୀ ଟିମ ସହ ଏସସିବି ମେଡିକାଲର ଡାକ୍ତରୀ ଦଳ ଏହି ପ୍ରତିରୋପଣ ପ୍ରକ୍ରିୟାରେ ସାମିଲ ହୋଇଥିଲେ। ସଫଳ ପ୍ରତିରୋପଣ ପରେ ପ୍ରଥମେ ଦାତାଙ୍କୁ ଓ ଆଜି ଗ୍ରହୀତାଙ୍କୁ ଘରକୁ ଛଡାଯାଇଛି।

- Advertisement -


ମେଡିକାଲର ଅତିରିକ୍ତ ଅଧିକ୍ଷକ ଡା. ମନୋଜ ପଟ୍ଟନାୟକଙ୍କ ମତରେ ପ୍ରତିରୋପଣ ପରର ପ୍ରଥମ ତିନିଦିନ ବହୁ ଗୁରୁତ୍ୱପୂର୍ଣ୍ଣ ରହିଥାଏ ଏବଂ ଉଭୟ ଏଆଇଜି ଓ ଏସସିବିର ଡାକ୍ତରଙ୍କ ସହଯୋଗରେ ସମସ୍ତ ଆହ୍ୱାନର ସାମ୍ନା କରାଯାଇଛି। ଗ୍ରହୀତା ତୃତୀୟ ଦିନରେ ଖାଦ୍ୟ ଖାଇବା ଆରମ୍ଭ କରିଥିଲେ ଏବଂ ସାତ ଦିନରେ ଚାଲିବା ଆରମ୍ଭ କରିଥିଲେ। ଗ୍ରହୀତାଙ୍କର ସାମାନ୍ୟ ସଂକ୍ରମଣ ରହିଥିଲା ଏବଂ ଉପଯୁକ୍ତ ଚିକିତ୍ସା ମାଧ୍ୟମରେ ସଂକ୍ରମଣ ଦୂର ହୋଇଛି। ଯକୃତ ପ୍ରତିରୋପଣରେ ନୂଆ ଜୀବନ ପାଇଥିବା ମାନସ ମୁଦୁଲୀ ସମସ୍ତ ଡାକ୍ତରୀ ଟିମଙ୍କୁ ଧନ୍ୟବାଦ ଜଣାଇବା ସହ ନିଜେ କରିଥିବା ଭୁଲ ଅନ୍ୟ କେହି ନ କରନ୍ତୁ ବୋଲି କହିଛନ୍ତି।

Hot this week

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

Related Articles

Popular Categories