www.samajalive.in
Friday, December 12, 2025
26.1 C
Bhubaneswar

ବାତ୍ୟା ଦାନା ପାଇଁ ଏସସିବି ମେଡିକାଲ ପ୍ରସ୍ତୁତ, ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ

ଡେସ୍କ: ସମ୍ବାବ୍ୟ ବାତ୍ୟା ଦାନାର ପ୍ରଭାବକୁ ଦୃଷ୍ଟିରେ ରଖି ଏସସିବି ମେଡିକାଲର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏହି ପଦକ୍ଷେପ ନିଆଯାଇଛି। ବାତ୍ୟା ସମୟରେ ଓ ପରବର୍ତ୍ତୀ ସମୟରେ ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ଯେଭଳି କୌଣସି ବାଧା ନ ଉପୁଜେ, ସେଥିପାଇଁ ମେଡିକାଲରେ ସମସ୍ତ ବ୍ୟବସ୍ଥା କରାଯାଇଥିବା ଜଣାପଡିଛି।

ବାତ୍ୟାର ସଫଳ ମୁକାବିଲା ନିମନ୍ତେ ସମସ୍ତେ ସଜାଗ ରହିବାକୁ ନିର୍ଦେଶ ଦିଆଯାଇଛି। କୌଣସି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ନିମନ୍ତେ ୨୪ ଘଣ୍ଟିଆ ଡାକ୍ତରୀ ସେବା ଯୋଗାଇ ଦେବାକୁ ହସ୍ପିଟାଲ ପ୍ରସ୍ତୁତ ରହିଛି ବୋଲି ମେଡିକାଲ କୂଳସଚିବ ଅବିନାଶ ରାଉତ କହିଛନ୍ତି। ହସ୍ପିଟାଲରେ ଆବଶ୍ୟକ ମୁତାବକ ଔଷଧ, ହାଲୋଜିନ ବଟିକା, ଓଆରଏସ, ପାନୀୟ ଜଳ, ନିରବଛିନ୍ନ ବିଦ୍ୟୁତ ସେବା ଆଦି ସୁନିଶ୍ଚିତ କରିବାକୁ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆଇସିୟୁ, ଅସ୍ତ୍ରୋପଚାର କକ୍ଷ ଓ ୱାର୍ଡ ଗୁଡିକୁ ଡିଜି ସେଟ ସହ ସଂଯୋଗ କରାଯାଇଛି। ହସ୍ପିଟାଲରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇଛି। କଂଟ୍ରୋଲ ରୁମ ନମ୍ବର ଗୁଡିକ ହେଲା ୦୬୭୧-୨୪୨୨୦୩୨ ଓ ୨୯୯୨୮୦୦। ଏଥିସହ ଆମ୍ବୁଲାନ୍ସ ଗୁଡିକୁ ମଧ୍ୟ ପ୍ରସ୍ତୁତ କରି ରଖାଯାଇଛି।

- Advertisement -


ରୋଗୀ ତଥା କାର୍ଯ୍ୟରତ ଡାକ୍ତର ଓ ଅନ୍ୟ କର୍ମଚାରୀ ମାନଙ୍କ ନିମନ୍ତେ ଖାଦ୍ୟ ବ୍ୟବସ୍ଥା, ରୋଗୀ ମାନଙ୍କ ସମ୍ପର୍କୀୟ ମାନେ କିପରି ସୁରକ୍ଷିତ ସ୍ଥାନରେ ରହିବେ ସେ ନେଇ ଆବଶ୍ୟକ ବ୍ୟବସ୍ଥା ଆଦି ଗ୍ରହଣ କରାଯିବାକୁ ନିର୍ଦେଶ ଦିଆଯାଇଛି। ହସ୍ପିଟାଲ ପରିସରରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହେଲେ ତୁରନ୍ତ ଜଳ ନିଷ୍କାସନର ବ୍ୟବସ୍ଥା କରିବାକୁ ପଦକ୍ଷେପ ନିଆଯାଇଛି। ସମସ୍ତ ପ୍ରକାର ଜରୁରୀକାଳୀନ ଜୀବନ ରକ୍ଷାକାରୀ ଔଷଧ, ଟୀକା ଆଦି ପର୍ଯ୍ୟାପ୍ତ ପରିମାଣର ମହଜୁଦ ରଖାଯାଇଛି ବୋଲି ଏସିବି କୂଳସଚିବ କହିଛନ୍ତି।

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories