ବଳାତ୍କାର ପାଇଁ ପୋଷାକ ଦାୟୀ ନୁହେଁ : ସୀତାରମଣ

0

ନୂଆଦିଲ୍ଲୀ :  ମହିଳାମାନଙ୍କ ଆଧୁନିକ ପୋଷାକ ନିମନ୍ତେ ବଳାତ୍କାର ଭଳି ଅପରାଧ ଘଟଣା ବୃଦ୍ଧି ପାଉଥିବା ନେଇ ଅନେକ ଲୋକ ଯୁକ୍ତି ବାଢୁଥିବା ବେଳେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଏହାକୁ ଖଣ୍ଡନ କରିଛନ୍ତି। ବଳାତ୍କାର ପାଇଁ ମହିଳାଙ୍କ ପୋଷାକ ଦାୟୀ ନୁହେଁ; ବରଂ ଅଧିକାଂଶ ବଳାତ୍କାର ମାମଲାରେ ପୀଡ଼ିତାଙ୍କ ସମ୍ପର୍କୀୟ ତଥା ବନ୍ଧୁ ପରିଜନ ସାମିଲ ଥିବା ଅଭିଯୋଗରୁ ଜଣାପଡୁଛି। ଅଧିକାଂଶ ମହିଳାମାନେ ନିଜ ଘରେ ହିଁ ବଳାତ୍କାରର ଶିକାର ହେଉଛନ୍ତି । ଏହିଭଳି ବଳାତ୍କାର ମାମଲାର ସମାଧାନ ବେଳେ ତଦନ୍ତକାରୀ ଦଳ ତଥା ମହିଳା କମିଶନକୁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ବୋଲି ସେ କହିଛନ୍ତି। ଯଦି ମହିଳାଙ୍କ ପୋଷାକ ଲାଗି ବଳାତ୍କାର ଘଟଣା ବଢୁଛି ତା’ହେଲେ ବୃଦ୍ଧା ଏବଂ ନାବାଳିକା ଶିଶୁ କନ୍ୟାମାନେ କାହିଁକି ବଳାତ୍କାରର ଶିକାର ହେଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

Leave A Reply