www.samajalive.in
Sunday, December 7, 2025
26.1 C
Bhubaneswar

ଉତ୍ତରପ୍ରଦେଶରେ ଏକାକୀ ନିର୍ବାଚନ ଲଢିବ କଂଗ୍ରେସ: ରାହୁଲଙ୍କ ସଂକେତ

ନୂଆଦିଲ୍ଲୀ : କଂଗ୍ରେସ ଉତ୍ତରପ୍ରଦେଶରେ ଏକାକୀ ନିର୍ବାଚନ ଲଢିପାରେ। ଏକ ନ୍ୟୁଜ୍‍ ଏଜେନ୍ସିରେ ସାକ୍ଷାତକାର ସମୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହି ସଂକେତ ଦେଇଛନ୍ତି। ରାହୁଲ କହିଛନ୍ତି ଯେ ଉତ୍ତରପ୍ରଦେଶରେ କଂଗ୍ରେସର ବିଚାରଧାରା ବହୁତ ମଜଭୁତ ରହିଛି। ଆମ କ୍ଷମତା ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି। ଯେଉଁ ରାଜ୍ୟରେ କଂଗ୍ରେସ ମଜଭୁତ ସ୍ଥିତିରେ ଅଛି, ସେଠାରେ ଏକାକୀ ନିର୍ବାଚନ ଲଢାଯିବ। ଉତ୍ତରପ୍ରଦେଶରେ ଆମେ ସବୁ ବିରୋଧୀ ଦଳଙ୍କୁ ସାଙ୍ଗରେ ନେବାକୁ ଚେଷ୍ଟା କରୁଛୁ। ଆମେ ମିଳିତ ଭାବେ ମୋଦୀଙ୍କୁ ହରାଇବୁ। କିନ୍ତୁ କଂଗ୍ରେସକୁ ହାଲକା ଭାବେ ନେବା ବଡ଼ ଭୁଲ ହେବ। ମହାରାଷ୍ଟ୍ର, ଝାଡ଼ଖଣ୍ଡ, ବିହାରରେ ମେଣ୍ଟର ସମ୍ଭାବନା ରହିଛି। ଯଉଁ ରାଜ୍ୟରେ ଆମେ ପ୍ରଥମ ସ୍ଥାନରେ ରହୁଛି, ସେଠାରେ ଏକାକୀ ନିର୍ବାଚନ ଲଢିବୁ।
ଉତ୍ତରପ୍ରଦେଶରେ ବିଏସ୍‍ପି ଓ ଏସ୍‍ପି ଏକାଠି ନିର୍ବାଚନ ଲଢିବେ ବୋଲି ଘୋଷଣା କରିବା ପରେ ରାହୁଲ ଗାନ୍ଧୀଙ୍କ ଏହି ଟିପ୍ପଣୀ ସାମ୍ନାକୁ ଆସିଛି। କୁହାଯାଉଛି ଯେ ବିଏସ୍‍ପି ଅଧ୍ୟକ୍ଷା ମାୟାବତୀ ଏବଂ ଏସ୍‍ପି ଅଧ୍ୟକ୍ଷ ଅଖିଳେଶ ସିଂହ ଯାଦବ କଂଗ୍ରେସ ସହ ମିଶି ନିର୍ବାଚନ ଲଢିବା ସପକ୍ଷରେ ନାହାନ୍ତି। ଅନ୍ୟପକ୍ଷରେ କଂଗ୍ରେସକୁ ମାତ୍ର ୨ଟି ଆସନ ରାୟବରେଲି ଏବଂ ଅମେଠି ଛାଡ଼ି ବାକି ଆସନରେ ଏସ୍‍ପି ଓ ବିଏସ୍‍ପି ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି କୁହାଯାଉଛି। ତେଣୁ ରାହୁଲ ଗାନ୍ଧୀ ଏକାକୀ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଛନ୍ତି ଓ ସାକ୍ଷାତକାର ଜରିଆରେ ଏହାର ସଂକେତ ଦେଇଛନ୍ତି ବୋଲି ରାଜନୈତିକ ସମୀକ୍ଷକମାନେ ମତବ୍ୟକ୍ତ କରିଛନ୍ତି।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories