www.samajalive.in
Sunday, December 7, 2025
14.1 C
Bhubaneswar

ରାହୁଳଙ୍କୁ ଟକ୍କର ଦେବା ପାଇଁ ଚାଷୀ ସମାବେଶ : ନିରଞ୍ଜନ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରେ ଏବେ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀଙ୍କୁ ଟକ୍କର ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୋରଦାର ପ୍ରୟାସ ଆରମ୍ଭ କରି ଦେଇଛନ୍ତି । ଆସନ୍ତା ୨୫ ତାରିଖରେ ରାହୁଳ ଗାନ୍ଧୀ ଓଡ଼ିଶା ଆସୁଥିବା ବେଳେ ସେହିଦିନ ପୁରୀର ମାଳତୀପାଟପୁରରେ ଏକ ବଡ଼ଧରଣର ଚାଷୀ ସମାବେଶ ପାଇଁ ସରକାରଙ୍କ ପକ୍ଷରୁ ଯୋଜନା କରାଯାଇଛି। ୨୫ ତାରିଖ ଦିନ ‘କାଳିଆ’ ଯୋଜନାରେ ପ୍ରଥମ ପର୍ଯ୍ୟାୟ ତାଲିକାଭୁକ୍ତ ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ସହାୟତା ରାଶି ପଠାଯିବ। ଏଥିରେ ଏକ ଲକ୍ଷରୁ ଅଧିକ ଚାଷୀ ଯୋଗଦେବେ ବୋଲି କୁହାଯାଉଛି । ଯାହାକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନାପସନ୍ଦ କରିଛନ୍ତି।

ରାହୁଳଙ୍କ ଆଗମନ ଓ ସେଠାରେ ଜନ ସମାଗମକୁ ଭଣ୍ଡୁର କରିବା ପାଇଁ ସରକାର ଏଭଳି ଯୋଜନା କରିଛନ୍ତି ବୋଲି ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି। ଅଧିକାଂଶ ଗାଡି ମଟର ଓ ବସକୁ ବୁକିଂ କରି ରଖାଯାଉଛି। ଯାହାଦ୍ବାରା କଂଗ୍ରେସ ଅସୁବିଧାର ସମ୍ମୁଖୀନ ହେବ। ତେବେ ରାହୁଳଙ୍କ ସଭା ସଫଳ ହେବ ଓ କଂଗ୍ରେସ ଅଧିକ ସୁଦୃଢ ହେବ ବୋଲି ସେ କହିଛନ୍ତି।

- Advertisement -

ପୂର୍ବରୁ  ଜାନୁଆରୀ ୫ରେ ମୋଦୀଙ୍କ  ବାରିପଦା ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ପୁରୀରେ ମିଶନ ଶକ୍ତି ମହିଳା ସମାବେଶ କରିଥିଲେ । ସେହିପରି ଜାନୁଆରୀ ୧୫ରେ ବଲାଙ୍ଗୀର ଗସ୍ତକୁ ଟକ୍କର ଦେବା ପାଇଁ ଭୁବନେଶ୍ବରରେ ’କୃଷି ଓଡ଼ିଶା-୨୦୧୯’ ଆୟୋଜନ କରିଥିଲେ। ଏବେ ରାହୁଳଙ୍କ ଆଗମନକୁ ଦୃଷ୍ଟିରେ ରଖି ଏହି ଚାଷୀ ସମାବେଶର ଯୋଜନା କରାଯାଇଛି ବୋଲି କୁହାଯାଉଛି। ବିଭିନ୍ନ ରାଜନୈତିକ ମହଲରେ ଏନେଇ ଆଲୋଚନା  ଆରମ୍ଭ ହୋଇ ଯାଇଛି।

ସୂଚନା ଯୋଗ୍ୟ ଆସନ୍ତା ୨୫ ତାରିଖ ଦିନ ‘କାଳିଆ’ ଯୋଜନାରେ ପ୍ରଥମ ପର୍ଯ୍ୟାୟ ତାଲିକାଭୁକ୍ତ ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ସହାୟତା ରାଶି ପଠାଯିବ। ଏହି ସହାୟତା ରାଶି ପ୍ରଦାନ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିବେ। ଯୋଜନାର ନାମ ‘କାଳିଆ’ ହୋଇଥିବାରୁ ସେହିଦିନ ପୁରୀର ମାଳତୀପାଟପୁରରେ ଏକ ବଡ଼ଧରଣର ଚାଷୀ ସମାବେଶ କରି ସହାୟତା ରାଶି ବଣ୍ଟନର ଶୁଭାରମ୍ଭ କରାଯିବାକୁ ସ୍ଥିର ହୋଇଛି। ଏଥିରେ ଏକ ଲକ୍ଷରୁ ଅଧିକ ଚାଷୀ ଯୋଗଦେବେ।
‘କାଳିଆ’ ଯୋଜନାରେ ପ୍ରଥମ ପର୍ଯ୍ୟାୟ ତାଲିକା ପ୍ରସ୍ତୁତ ପାଇଁ ନାମ ସଂଯୋଗ ନିମନ୍ତେ ସବୁଜ ଫର୍ମ ଏବଂ ନାମ ବାଦ ଦେବା ନିମନ୍ତେ ମିଳିଥିବା ନାଲି ଫର୍ମ ଆଦିର ଡାଟା ଏଣ୍ଟ୍ରି କାର୍ଯ୍ୟ ଆସନ୍ତା ୨୨ ତାରିଖ ସୁଦ୍ଧା ସାରିବାକୁ ସରକାର ସମସ୍ତ ଜିଲାପାଳଙ୍କୁ ସରକାର ନିର୍ଦେଶ ଦେଇଛନ୍ତି। ଆସନ୍ତା ୨୫ ତାରିଖରେ ପ୍ରଥମ ପର୍ଯ୍ୟାୟ ତାଲିକାଭୁକ୍ତ ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ସହାୟତା ରାଶି ପଠାଯିବ। କୃଷକଙ୍କ ଜୀବିକା ଏବଂ ଆୟ ବୃଦ୍ଧିରେ ସହାୟତା ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିବା ‘କାଳିଆ’ ଯୋଜନାର ଅଗ୍ରଗତି ସମ୍ପର୍କରେ ଗୁରୁବାର ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସମୀକ୍ଷା କରିଥିଲେ। ଜିଲାପାଳମାନଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସେ ବିସ୍ତୃତ ଆଲୋଚନା କରିଥିଲେ।

ସେହିପରି କୃଷି ବିଭାଗ ପ୍ରମୁଖ ସଚିବ ସୌରଭ ଗର୍ଗ କହିଛନ୍ତି, ପୂର୍ବରୁ ବିଭିନ୍ନ ନିର୍ଭରଯୋଗ୍ୟ ସୂତ୍ରରୁ ପ୍ରାପ୍ତ ସୂଚନା ଭିତ୍ତିରେ ୨୨.୫୦ ଲକ୍ଷ ଚାଷୀଙ୍କର ଚିଠା ତାଲିକା ସଂପୃକ୍ତ ପଞ୍ଚାୟତଗୁଡ଼ିକରେ ବିଜ୍ଞାପିତ କରାଯାଇଥିଲା। ବ୍ୟବସ୍ଥା ଅନୁସାରେ ପ୍ରାୟ ୬୬ ଲକ୍ଷ ସବୁଜ ଫର୍ମରେ ଆବେଦନ ମିଳିଛି। ଆବଶ୍ୟକ ତନଖି କରି ଚଳିତ ମାସ ୨୨ ତାରିଖ ସୁଦ୍ଧା ପ୍ରଥମ ପର୍ଯ୍ୟାୟ ତାଲିକା ପ୍ରକାଶ ନିମନ୍ତେ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ଜାନୁଆରୀ ମାସ ୨୫ ତାରିଖରେ ପ୍ରଥମ ପର୍ଯ୍ୟାୟ ତାଲିକାଭୁକ୍ତ ଚାଷୀ ମାନଙ୍କର ବ୍ୟାଙ୍କ ଖାତାକୁ ସିଧାସଳଖ ସହାୟତା ରାଶି ପଠାଯିବ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories