ମୁଁ ପ୍ରଧାନମନ୍ତ୍ରୀ ହେବି : ରାହୁଳ ଗାନ୍ଧୀ

0

ବେଙ୍ଗାଲୁରୁ : ପ୍ରଧାନମନ୍ତ୍ରୀ ହେବା ନେଇ ରାହୁଳ ଗାନ୍ଧୀ ନିଜର ଇପ୍ସିତ ଇଚ୍ଛାକୁ ଶେଷରେ ସର୍ବସାଧାରଣରେ ପରି ପ୍ରକାଶ କରିଛନ୍ତି । କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ସରଗରମ ପ୍ରଚାର ଅଭିଯାନ ସମୟରେ ସେ ଏହା କହିଛନ୍ତି।
’୨୦୧୯ରେ କଂଗ୍ରେସ ସଂଖ୍ୟା ଗରିଷ୍ଠତା ହାସଲ କଲେ ମୁଁ ପ୍ରଧାନମନ୍ତ୍ରୀ ହେବି; ଏହା କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ।’
ମଙ୍ଗଳବାର କର୍ଣ୍ଣାଟକରେ ନିର୍ବାଚନ ପ୍ରଚାର ସମୟରେ କଂଗେସ ଯୁବରାଜ ରାହୁଳ ଗାନ୍ଧୀ କହିଛନ୍ତି ଯଦି ୨୦୧୯ ନିର୍ବାଚନରେ କଂଗ୍ରେସ ଦଳ ଅବା ବିରୋଧୀ ମେଣ୍ଟ ସଂଖ୍ୟାଗରିଷ୍ଠତା ହାସଲ କରେ, ତେବେ ସେ ପ୍ରଧାନମନ୍ତ୍ରୀ ହେବେ। ବେଙ୍ଗାଲୁରୁ ଠାରେ ବୁଦ୍ଧିଜୀବୀମାନଙ୍କ ସହିତ ଆଲୋଚନା ସମୟରେ ଶ୍ରୀ ଗାନ୍ଧୀ କହିଛନ୍ତି ଯେ ତାଙ୍କ ଦଳ ଆଗାମୀ ୨୦୧୯ ଲୋକ ସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିକୁ କ୍ଷମତାଚ୍ୟୁତ କରିବା ପାଇଁ ବିଭିନ୍ନ ଅଣ ବିଜେପି ତଥା ଧର୍ମ ନିରପେକ୍ଷ ରାଜନୈତିକ ଦଳ ସହିତ ମେଣ୍ଟ କରିବ। ଆଉ ଏହି ମେଣ୍ଟରେ ଯଦି କଂଗ୍ରେସ ଦଳ ସଂଖ୍ୟା ଗରିଷ୍ଠ ଦଳ ଭାବେ ଉଭା ହୁଏ ତେବେ ସେ ପ୍ରଧାନମନ୍ତ୍ରୀ ହେବେ ।
ଅନ୍ୟ ପକ୍ଷରେ ବିଜେପି ୨୦୧୯ ନିର୍ବାଚନ ଆଦୌ ଜିତି ପାରିବ ନାହିଁ ବୋଲି ରାହୁଳ କହିଛନ୍ତି । ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତାଙ୍କ ବାରଣାସୀ ଆସନରୁ ପରାଜିତ ହେବେ ବୋଲି ରାହୁଲ କହିଛନ୍ତି । ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ଉତ୍ତର ପ୍ରଦେଶରୁ ୫ଟି ଆସନରୁ ଅଧିକ ଆସନ ଜିତି ପାରିବ ନାହିଁ ବୋଲି ସେ କହିଛନ୍ତି। ଉତ୍ତରପ୍ରଦେଶରେ ହୋଇଥିବା ଉପ ନିର୍ବାଚନରେ ମିଳିତ ବିରୋଧୀଦଳ ତାର ଶକ୍ତି ପ୍ରଦର୍ଶନ କରି ସାରିଛି ଏବଂ ମିଳିତ ବିରୋଧୀ ଦଳକୁ ମୁକାବିଲା କରିବାରେ ନରେନ୍ଦ୍ର ମୋଦି ବିଫଳ ହୋଇଛନ୍ତି ବୋଲି ରାହୁଳ କହିଛନ୍ତି।

Leave A Reply