mission shakti banner

ନୂଆ ବର୍ଷରେ ପୁରୀରେ ଯାନବାହନ କଟକଟଣା, ମାର୍କେଟ ଛକଠାରୁ ସିଂହଦ୍ବାର ପର୍ଯ୍ୟନ୍ତ ନୋ-ଭେହିକଲ ଜୋନ ଘୋଷଣା

BSKY banner  750×100

ଭୁବନେଶ୍ବର: ରାତି ପାହିଲେ ନୂଆବର୍ଷ। ନୂଆ ବର୍ଷରେ ବହୁ ଶ୍ରଦ୍ଧାଳୁ ଶ୍ରୀଜୀଉଙ୍କୁ ଦର୍ଶନ ପାଇଁ ପୁରୀ ଯିବାର ସମ୍ଭାବନା ରହିଛି। ନୂଆବର୍ଷ ପାଇଁ ପୁରୀରେ ପ୍ରବଳ ଭିଡ଼ ହେବ। ଏହାକୁ ଦୃଷ୍ଟିରେ ରଖି ନୂଆ ବର୍ଷରେ ପୁରୀରେ ଯାନବାହନ କଟକଟଣା କରାଯାଇଛି। ଆଜି ଓ ଆସନ୍ତାକାଲି ପର୍ଯ୍ୟନ୍ତ ପୁରୀରେ ଯାନବାହନ କଟକଣା ଜାରି ରହିବ। ପୁରୀର ମାର୍କେଟ ଛକଠାରୁ ସିଂହଦ୍ବାର ପର୍ଯ୍ୟନ୍ତ ନୋ-ଭେହିକଲ ଜୋନ ଘୋଷଣା କରାଯାଇଛି। ସମସ୍ତ ଟୁରିଷ୍ଟ ବସ ମାଳତିପୁର ବସଷ୍ଟାଣ୍ଡରେ ରହିବ। ହାଲୁକା ଯାନ ପାଇଁ ଦିଗବାରିଣୀରୁ ସମୁଦ୍ରକୁଳ ରାସ୍ତା, ଜଗନ୍ନାଥବଲ୍ଲଭ, ଜେଲ ରୋଡ, ଶରଧାବାଲି, ଯାତ୍ରୀକାରେ ପାର୍କିଂ ବ୍ୟବସ୍ଥା କରାଯାଇଛି।

Comments are closed.