ପୂଜା ସମୟରେ ଜମା କରନ୍ତୁ ନାହିଁ ଏହି କାମ , ଧୂପକାଠି ବି ଜାଳିବା ଠିକ୍‌ ନୁହେଁ

0

ଭାରତୀୟ ପରମ୍ପରାରେ ପୂଜା ସମୟରେ ଦୀପ, ଧୂପ ,ନୈବେଦ୍ୟ  ଅର୍ପଣ କରାଯାଇଥାଏ । ଆଜିକାଲି ଧୂପ କାଠିର ବହୁଳ ବ୍ୟବହାର କରାଯାଉଛି ।  ମାତ୍ର ପୂଜା ସମୟରେ  ବାଉଁଶ ଜାଳିବା ଅଶୁଭ ବୋଲି କୁହାଯାଏ । ଅଧିକାଂଶ ଧୂପକାଠି ବାଉଁଶରେ  ବ୍ୟବହାର କରାଯାଇଥାଏ । ଆଗରୁ ହୋମ ଓ ଯଜ୍ଞରେ ବି ବାଉଁଶ ବ୍ୟବହାର କରାଯାଉ ନ ଥିଲା । କି ଏପରି କରିବାର ବିଧି ନାହିଁ ।  ଏଥିପାଇଁ ଧୂପ କାଠି ବ୍ୟବହାର କରିବାକୁ ବାରଣ କରାଯାଇଛି । ପାରମ୍ପରିକ ଧୂପଦାନିରେ ନଡିଆ କତା ହେଉ କି ଅନ୍ୟ ସୁଗନ୍ଧି ଦ୍ରବ୍ୟ , ଝୁଣା ,କର୍ପୂରକୁ ବ୍ୟବହାରା କରି ଧୂପ ଦେଲେ ଏହା ଅଧିକ ଉପାଦେୟ ହୋଇଥାଏ ।

ପୂଜା ସମୟରେ ପାଟି ଗନ୍ଧ ହେଉଥିଲେ ବି ଭଲ ନୁହେଁ .।  ପାଟିକୁ ସଫା କରି ଭଲ କପଡା ପିନ୍ଧି ପରିଷ୍କାର ପରିଚ୍ଛନ ହୋଇ ପୂଜା କରନ୍ତୁ । ପୂଜା ସମୟରେ ଚିରା କପଡା ପିନ୍ଧନ୍ତୁ ନାହିଁ । ଏଥିଯୋଗୁଁ ଦାରିଦ୍ର୍ୟ ଆସିଥାଏ ବୋଲି ବିଶ୍ୱାସ ରହିଛି ।

ଗଣେଶ ଓ ଶିବଙ୍କୁ ତୁଳସୀ ପତ୍ର ଅର୍ପଣ କରନ୍ତୁ ନାହିଁ ।

ସ୍ନାନ ନ କରି ତୁଳସୀ ପତ୍ର ତୋଳନ୍ତୁ ନାହିଁ ।

Leave A Reply