www.samajalive.in
Monday, December 8, 2025
14.1 C
Bhubaneswar

ବିଧାନସଭା ସମ୍ମୁଖରେ ଧାରଣାରେ ପ୍ରଯୋଜିକା ସନଲିଶା

ଭୁବନେଶ୍ବର: ନ୍ୟାୟ ମିଳିଲାନି। ଶେଷରେ ଗୁରୁବାରଠାରୁ ବିଧାନସଭା ସମ୍ମୁଖରେ ଧାରଣାରେ ବସିଲେ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରଥା’ର ପ୍ରଯୋଜିକା ସନଲିଶା ପଟେଲ। ତାଙ୍କର ଏକମାତ୍ର ଦାବି ଓଡ଼ିଆ ଫିଲ୍ମକୁ ବଞ୍ଚାଅ। ଲୋୟର ପିଏମ୍‌ଜିସ୍ଥିତ ଧାରଣା ସ୍ଥଳରେ ସକାଳ ସାଢ଼େ ୧୦ଟାରୁ ସେ ଧାରଣା ଦେବା ଆରମ୍ଭ କରିଛନ୍ତି। ଏହା ଅନିର୍ଦ୍ଦିଷ୍ଟ କାଳ ପାଇଁ ଚାଲିବ ବୋଲି ସେ କହିଛନ୍ତି। ଧାରଣ ସହ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ(ଓଏଫ୍‌ଡିସି) ଏବଂ ଓଡ଼ିଶା ସରକାରଙ୍କ ଆଗରେ ୫ଟି ଗୁରୁତ୍ବପୂର୍ଣ୍ଣ ଦାବି ରଖିଛନ୍ତି। ସେ କହିଛନ୍ତି, ପ୍ରତି ଓଡ଼ିଆ ଫିଲ୍ମ ବଞ୍ଚାଅ। ୫ଟି ଦାବି ହେଲା ୧) ବ୍ଲକ୍ ମୁଖ୍ୟାଳୟରେ ଗୋଟିଏ ଲେଖାଏଁ ସିନେମା ହଲ୍ ପ୍ରତିଷ୍ଠା କରାଯାଉ। ୨) ଅନ୍ୟ ରାଜ୍ୟମାନଙ୍କ ପରି ମଲ୍ଟିପ୍ଲେକ୍ସ ଏବଂ ହଲମାନେ ଯେପରି ଓଡ଼ିଆ ଫିଲ୍ମକୁ ଚଲାଇବା ପାଇଁ ବାଧ୍ୟ ହେବେ ସେହିପରି କାର୍ଯ୍ୟାନୁଷ୍ଠାନ ନିଆଯାଉ। ୩) ବିତରଣ, ପ୍ରଦର୍ଶନ, ସିନେମା ଚାଲିବା ପରେ ଟଙ୍କା ଫେରିପାଇବା ଏବଂ ସମସ୍ତଙ୍କ ଭିତରେ ସମନ୍ୱୟ ରକ୍ଷା ପାଇଁ ବ୍ୟବସ୍ଥା କରାଯାଉ। ୪) ଟିକସ ମୁକ୍ତ ସାଙ୍ଗକୁ ସିନେମା ନିର୍ମାଣ ଲାଗି ଆର୍ଥିକ ଓ ଅନ୍ୟାନ୍ୟ ସହାୟତା କରାଯାଉ। ୫) ଏହା ସହ ସମସ୍ତଙ୍କର ସୁରକ୍ଷା ପାଇଁ କିଛି ଦୃଢ଼ ପଦକ୍ଷେପ ନିଆଯାଉ। ଯେପରି କେହି ଅନ୍‌ଲାଇନ୍ ହେଉ କି ଅଫ୍‌ଲାଇନ୍‌ କୌଣସି ଖଳ କାର୍ଯ୍ୟ କରିବାକୁ ଭୟ କରିବେ ଏବଂ ସେଥିରୁ ନିବୃତ୍ତ ରହିବେ ଓ ଇନଭେଷ୍ଟରମାନଙ୍କୁ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ ପାଇଁ ସରକାରୀ ସହାୟତା ଦିଆଯାଉ। ପୂର୍ବରୁ ବି ଏହି ସମସ୍ୟା ନେଇ ସରକାରୀସ୍ତରରେ ସମସ୍ତଙ୍କୁ ଅବଗତ କରିଥିଲି। କିନ୍ତୁ ମତେ ନ୍ୟାୟ ମିଳିଲାନି। ତେଣୁ ସମସ୍ୟାର ସମାଧାନ ପାଇଁ ଧାରଣାରେ ବସିଲେ ବୋଲି କହିଛନ୍ତି। କାଲିଠାରୁ ପ୍ରଯୋଜକ, କଳାକାର, ଟେକନିସିଆନ, ନିର୍ଦ୍ଦେଶକମାନେ ଯୋଗ ଦେବେ ପ୍ରଯୋଜିକା ସନଲିଶା ଜଣାଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories