www.samajalive.in
Tuesday, December 9, 2025
15.1 C
Bhubaneswar

ବଲିଉଡରେ ପ୍ରବେଶ କରିବେ ‘ପ୍ରିୟା ପ୍ରକାଶ’

ନୂଆଦିଲ୍ଲୀ : ପୁଣି ଚର୍ଚ୍ଚାରେ ଇଣ୍ଟରନେଟ୍‌ ସେନ୍‌ସେସନ୍‌ ପ୍ରିୟା ପ୍ରକାଶ ୱାରିଅର। ପୂର୍ବରୁ ଆଖିମାରି ଚର୍ଚ୍ଚାକୁ ଆସିଥିବା ପ୍ରିୟା ଏବେ ବଲିଉଡରେ ପ୍ରବେଶକୁ ନେଇ ଚର୍ଚ୍ଚାକୁ  ଆସିଛନ୍ତି। ୨୦୧୮ବର୍ଷ ଏକ ଭିଡିଓରେ ରାତାରାତି ପରିଚିତ ହୋଇଥିବା ମାଲାୟାଲମ୍‌ ନାୟିକା ପ୍ରିୟା ପ୍ରକାଶ ବଲିଉଡରେ ପ୍ରବେଶ କରିବାକୁ ନେଇ ଚର୍ଚ୍ଚା ଜୋର ଧରିଛି।

courtesy-deccan chronicle

ଖବର ଅନୁସାରେ, ହିନ୍ଦୀ ଚଳଚ୍ଚିତ୍ରର ଜଣାଶୁଣା ନିର୍ମାତା-ନିର୍ଦେଶକ କରଣ ଜୋହରଙ୍କ ଆଗାମୀ ଚଳଚ୍ଚିତ୍ର ‘ତକ୍ତ’ ମାଧ୍ୟମରେ ସେ ବଲିଉଡରେ ପ୍ରବେଶ କରିବେ। କରଣ ଜୋହରଙ୍କ ଆଗାମୀ ଚଳଚ୍ଚିତ୍ର ‘ତକ୍ତ’ରେ ରଣବୀର ସିଂହ, କରିନା କପୁର ଖାନ, ଭକି କୌଶଲ, ଆଲିୟା ଭଟ୍ଟ, ଅନିଲ କପୁରଙ୍କ ଭଳି କଳାକାର ଅଭିନୟ କରିବାର ନଜର ଆସିବେ । ଏହି ଚଳଚ୍ଚିତ୍ରକୁ ନେଇ କରଣ ବହୁତ ସଚେତନ ଅଛନ୍ତି। ଏହି ଚଳଚ୍ଚିତ୍ର ପାଇଁ କରଣ କଠିନ ପରିଶ୍ରମ କରୁଥିବା ଜଣାପଡିଛି। ଏହା ପୂର୍ବରୁ ପ୍ରିୟା ପ୍ରକାଶ ରୋହିତ ଶେଠୀଙ୍କ ଚଳଚିତ୍ର ସିମ୍ବାରେ ନଜର ଆସିବାକୁ ନେଇ ଚର୍ଚ୍ଚା ହେଉଥିଲେ। ମାତ୍ର ଏହା ପରେ ଭୁଲ ପ୍ରମାଣିତ ହୋଇଥିଲା।

- Advertisement -
courtesy-india today

ସୂଚନାଯୋଗ୍ୟ, ମାଲାୟାଲମ୍‌ ‘ଅରୁ ଅଦାର୍‌ ଲଭ୍‌’ ଚଳଚ୍ଚିତ୍ର ୨୦୧୮ ସେପ୍ଟେମ୍ବର ୧୪ ତାରିଖରେ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରର ଏକ ୨୭ ସେକେଣ୍ଡର ଭିଡିଓ ସାମାଜିକ ଗଣମାଧ୍ୟମରେ ପୂର୍ବରୁ ପୋଷ୍ଟ୍ ହୋଇଥିଲା। ଏଥିରେ ପ୍ରିୟା ଆଖି ମାରିବା ଓ ଆଖି ଡୋଳାକୁ ବୁଲାଇବା ଦୃଶ୍ୟ ଭାଇରାଲ୍ ହୋଇଯାଇଥିଲା। ତାଙ୍କ ଷ୍ଟାଇଲ୍‌କୁ ପ୍ରାୟ ସମସ୍ତେ ପସନ୍ଦ କରିଥିଲେ। ଏହି ଭିଡିଓରେ ତାଙ୍କ କ୍ୟୁଟ୍‌ନେସ୍‌ ଓ ଆଖିର ଏକ୍ସପ୍ରେସନ୍‌ ତାଙ୍କୁ ରାତାରାତି ଷ୍ଟାର କରି ଦେଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories