ଖୋର୍ଦ୍ଧାରେ ଭୋଟ ଗଣତି ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ, ମାର୍ଗଦର୍ଶିକା ଜାରି କଲେ ଜିଲାପାଳ

ଭୁବନେଶ୍ବର: ଚଳିତ ସାଧାରଣ ନିର୍ବାଚନର ଅନ୍ତିମ ପ୍ରକ୍ରିୟା ସ୍ୱରୂପ ଆସନ୍ତାକାଲି ସକାଳ ୮ ଘଟିକାରେ ଭୋଟ ଗଣନା ଆରମ୍ଭ ହେବ। ଏ ସଂକ୍ରାନ୍ତରେ ଖୋର୍ଦ୍ଧା ଜିଲାପାଳ ମାର୍ଗ ଦର୍ଶିକା ଜାରି କରିଛନ୍ତି। ଖୋର୍ଦ୍ଧା ଜିଲାର ଜୟଦେବ, ଭୁବନେଶ୍ୱର ମଧ୍ୟ, ଭୁବନେଶ୍ୱର ଉତ୍ତର, ଭୁବନେଶ୍ୱର- ଏକାମ୍ର ଓ ଜଟଣୀ ବିଧାନସଭା କ୍ଷେତ୍ର ନିମନ୍ତେ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ, ଚିଲିକା ବିଧାନସଭା କ୍ଷେତ୍ର ପାଇଁ ଖୋର୍ଦ୍ଧାସ୍ଥିତ ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ ଏବଂ ବେଗୁନିଆ ଓ ଖୋର୍ଦ୍ଧା ନିମନ୍ତେ ଜିଲା ୱେର ହାଉସ ଠାରେ ଭୋଟ ଗଣତି ହେବ । ଏଥି ନିମନ୍ତେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

prayash

ଜିଲାରେ ସ୍ଵଛ, ଅବାଧ, ନିରପେକ୍ଷ ଭାବେ ନିର୍ବାଚନ ପରିଚାଳନା ଏବଂ ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଯାରି ନିର୍ଦ୍ଦେଶାନାମାର ପାଳନ ପୂର୍ବକ ମତଦାନ ଗଣନା କେନ୍ଦ୍ର ପରିସରରେ କୌଣସି ପ୍ରକାର ମୋବାଇଲ ଫୋନ, ଟାବଲେଟ, ସ୍ମାର୍ଟ ୱ୍ୟାଚ, ଯୋଗାଯୋଗ ରକ୍ଷା ଓ ରେକର୍ଡ଼ିଂ କରିବା ଭଳି ଇଲୋକ୍ଟ୍ରୋନିକ୍ସ ଯନ୍ତ୍ରପାତି ବ୍ୟବହାର ଉପରେ ନିଷେଧାଦେଶ ଯାରି କରାଯାଇଛି । କେବଳ ଅନୁମତି ପ୍ରାପ୍ତ ବ୍ୟକ୍ତିବିଶେଷ ଏହାକୁ ନେଇ ପାରିବେ କିମ୍ବା ବ୍ୟବହାର କରିପାରିବେ ।

ଏହି ନିଷେଧଦେଶ ଆସନ୍ତାକାଲି ଭୋର ୪ ଘଟିକା ଠାରୁ ଗଣନା କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ବଳବତ୍ତର ରହିବା ନେଇ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ଚଞ୍ଚଳ ରାଣା ଏକ ନିର୍ଦ୍ଦେଶନାମା ଯାରି କରିଛନ୍ତି । ଖିଲାପ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଭାରତୀୟ ପିଙ୍ଗଳ ଆଇନର ଧାରା-୧୮୮ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏହି ନିର୍ଦ୍ଦେଶାନାମାରେ ଉଲ୍ଲେଖ ରହିଛି।

Comments are closed.