nua o banner

ପ୍ରମୋଦ ଭଗତ ଓ ସୌନ୍ଦର୍ଯ୍ୟ ପ୍ରଧାନ ମମ୍ବର୍ଦ୍ଧିତ; ପୁରସ୍କାର ରାଶି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

BSKY banner  750×100

ଭୁବନେଶ୍ବର: ଚୀନର ହାଙ୍ଗଝୌରେ ଅନୁଷ୍ଠିତ ଏସିଆନ୍‌ ପାରା ଗେମ୍ସରେ ଚମତ୍କାର ପ୍ରଦର୍ଶନ କରିଥିବା ପ୍ରମୋଦ ଭଗତ ଓ ସୌନ୍ଦର୍ଯ୍ୟ ପ୍ରଧାନଙ୍କୁ ମମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶୁକ୍ରବାର ଭୁବନେଶ୍ବର ବିମାନବନ୍ଦରରେ ତାଙ୍କୁ ପୁଷ୍ପଗୁଚ୍ଛ ସହ ସ୍ବାଗତ କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ଉଭୟଙ୍କୁ ସରକାରଙ୍କ ପକ୍ଷରୁ ପୁରସ୍କାର ରାଶି ପ୍ରଦାନ କରାଯାଇଛି। ବ୍ୟାଡ୍‌ମିଣ୍ଟନ ତାରକା ପ୍ରମୋଦ ଭଗତଙ୍କୁ ୨ କୋଟି ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥିବା ବେଳେ ଚେସ୍ ଖେଳାଳି ସୌନ୍ଦର୍ଯ୍ୟ ପ୍ରଧାନଙ୍କୁ ୧.୫ କୋଟି ଟଙ୍କାର ଚେକ୍‌ ପ୍ରଦାନ କରାଯାଇଛି। ଏଥିସହ ୨ ଖେଳାଳିଙ୍କ ଉଲ୍ଲେଖନୀୟ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି।

ସୂଚନାଯୋଗ୍ୟ, ଏସିଆନ୍‌ ପାରା ଗେମ୍ସରେ ପ୍ରମୋଦ ଗୋଟିଏ ସ୍ବର୍ଣ୍ଣ ପଦକ ସହ ମୋଟ୍‌ ୩ଟି ପଦକ ହାସଲ କରିଥିଲେ। ଅପରପକ୍ଷରେ ଚେସ୍‌ରେ ସ୍ବର୍ଣ୍ଣ ସହ ରୌପ୍ୟ ପଦକ ଆଣିଥିଲେ ସୌନ୍ଦର୍ଯ୍ୟ ପ୍ରଧାନ।

Comments are closed.