‘ଭାରତବର୍ଷ ହିଁ ବିଶ୍ୱ ଚେତନାର ମୂଳ ଉତ୍ସ’

ପ୍ରଭୁଜୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଜନରାଜ୍ୟ ଦିବସ ପାଳିତ

ଭୁବନେଶ୍ୱର: ଭିଏସଏସ ନଗରସ୍ଥିତ ପ୍ରଭୁଜୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ୭୫ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଅଭୟ କୁମାର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ସେନା ଅଧିକାରୀ ଓ ସ୍ୱନାମଧନ୍ୟ ପରିବେଶବିତ୍ କ୍ଷୀରୋଦ ଜେନା ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ବିଦ୍ୟାଳୟର ପ୍ରାଣ ପ୍ରତିଷ୍ଠାତା ସ୍ୱାମୀ ଶଙ୍କରାନନ୍ଦ ଗିରି ମହାରାଜ ସ୍ବତନ୍ତ୍ର ଅତିଥି ଭାବେ ଯୋଗ‌େ‌ାଦଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସଂପାଦିକା ବୀଣାପାଣି ରଥ, ପରିଚାଳନା ସଦସ୍ୟା ବୀଣାପାଣି ମହାପାତ୍ର, ବିଦ୍ୟାଳୟର ନିର୍ଦ୍ଦେଶକ ଉମେଶ କୁମାର ମିଶ୍ର, ନିରୀକ୍ଷକ ପବିତ୍ର ମୋହନ ପଣ୍ଡା ଓ ପ୍ରଦୀପ୍ତ କୁମାର ରାଉତ ପ୍ରମୁଖ ଉପସ୍ଥିତଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ଜେନା ସାଧାରଣତନ୍ତ୍ର ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଅଭିଭାଷଣ ରଖି ଭାରତବର୍ଷ ହିଁ ବିଶ୍ୱ ଚେତନାର ମୂଳ ଉତ୍ସ ଓ ସେଥିପାଇଁ ସେବା ମନୋଭାବ ରଖିବା ଆବଶ୍ୟକ ବୋଲି କହିଥିଲେ।

ପରମପୂଜ୍ୟ ଗୁରୁଜୀ ସ୍ୱାମୀ ଶଙ୍କରାନନ୍ଦ ଗିରି ମହାରାଜ ତାଙ୍କ ଆଶୀର୍ବଚନରେ ପିତାମାତାଙ୍କୁ ସମ୍ମାନ ଏବଂ କଠୋର ପରିଶ୍ରମ ଦ୍ୱାରା ଲକ୍ଷ୍ୟ ହାସଲ ଓ ଜୀବନରେ ଭଲ ମଣିଷଟିଏ ହେବା ପାଇଁ ବିଦ୍ୟାର୍ଥୀମାନଙ୍କୁ ପରାମର୍ଶ ଦେଇଥିଲେ।

prayash

ଚଳିତ ବର୍ଷର ମେଧାବୃତି, ଶ୍ରେଷ୍ଠ ସମ୍ବାଦ ପାଠକ ଓ ସର୍ବଶ୍ରେଷ୍ଠ ସଦନ କୃତିଛାତ୍ରୀଛାତ୍ର ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଚଳିତ ବର୍ଷ ବିଦ୍ୟାଳୟର ଶ୍ରେଷ୍ଠ ଛାତ୍ର ରୂପେ ସକ୍ଷମ ସୁଜୟଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମ ପରିଶେଷରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ କିଶୁଚାନ୍ଦ ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଚିତ୍ତାକର୍ଷକ ପରେଡ ପ୍ରଦର୍ଶନ କରାଯାଇଥିଲା। ଛାତ୍ରୀଛାତ୍ରମାନେ ଜାତୀୟ ସଂଗୀତ ଗାନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

Comments are closed.