କଂଗ୍ରେସ ପକ୍ଷରୁ ପିପିଲି ବ୍ଲକ ସମ୍ମୁଖରେ ବିକ୍ଷୋଭ ଓ ଧାରଣା

ପିପିଲି : ପିପିଲି ବ୍ଲକ ଓ ନଗର କଂଗ୍ରେସ କମିଟି ପକ୍ଷରୁ ଶୁକ୍ରବାର ୯ ଦଫା ଦାବି ନେଇ ପିପିଲି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଧାରଣା ଦିଆଯାଇଥିଲା । ପରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପିପିଲି ବିଡିଓ ରଶ୍ମିତା ନାଥଙ୍କ ଜରିଆରେ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।
ପିପିଲିର କଂଗ୍ରେସ ନେତା ତଥା ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ଆଇନଜୀବୀ ନିଶିକାନ୍ତ ମିଶ୍ରଙ୍କ ନେତୃତ୍ୱରେ ସ୍ଥାନୀୟ କଂଗ୍ରେସ ଦଳର ନେତା, କର୍ମୀ ଓ ସମର୍ଥକ ମାନେ ପିପିଲି ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦେଇଥିଲେ। ଏଥିରେ କଂଗ୍ରେସର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ, ପ୍ରଦେଶ କଂଗ୍ରେସ କୃଷକ ସେଲ୍‌‌ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ, ପିସିସି ରାଜ୍ୟ ଉପସଭାପତି ଶିବାନନ୍ଦ ରାୟ, ଯୁବନେତା ଆଲୋକ କୁମାର ଦାଶ, ପିପିଲି ନିର୍ବାଚନମଣ୍ଡଳୀର ଯୁବ କଂଗ୍ରେସ ସଭାପତି ସୌମ୍ୟରଞ୍ଜନ ବରାଳ, ଜିଲା ଛାତ୍ର କଂଗ୍ରେସ ଉପସଭାପତି ଅବଦୁଲ ଆରିଫ ଖାଁ, ପିପିଲି ନଗର କଂଗ୍ରେସ କମିଟି ସଭାପତି ସେକ୍‌‌ ମେହେବୁବ, ନାରୀନେତ୍ରୀ ସୋନିଲତା ସେଠୀ ପ୍ରମୁଖ ଯୋଗଦେଇ ବ୍ଲକସ୍ତରରେ ଚାଲିଥିବା ପିସି କାରବାର, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନିତି, ଅତ୍ୟାବଶ୍ୟକ ସାମଗ୍ରୀ ଦରଦାମ ନିୟନ୍ତ୍ରଣରେ ସରକାରଙ୍କ ବିଫଳତା, ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତି, ରାଜ୍ୟରେ ବଢି ଚାଲିଥିବା ନାରୀ ନିର୍ଯ୍ୟାତନା, ଟାଟା ପାୱାର କଂପାନୀର ଖାଉଟି ଶୋଷଣ ନୀତିକୁ କଡା ସମାଲୋଚନା କରିଥିଲେ। ଯୋଗ୍ୟ ବ୍ୟକ୍ତିଙ୍କୁ ଆବାସ ଯୋଜନାରେ ଘର, ବାର୍ଦ୍ଧକ୍ୟ ଭତ୍ତା, ରାସନ କାର୍ଡ ପ୍ରଦାନ କରାଯିବା, କୃଷିଜାତ ପଦାର୍ଥର ଅଭାବି ବିକ୍ରୀ ବନ୍ଦ କରିବା, ସାତଶଙ୍ଖ ସ୍ଥିତ ଶୀତଳଭଣ୍ଡାରକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା, ଟାଟା ପାୱାର କଂପାନୀର ଜୁଲମ ତଥା ଲୋ ଭୋଲ୍‌‌ଟେଜ୍‌‌, ପାୱାର କଟ୍‌‌ ଓ ବିଦ୍ୟୁତ୍‌‌ ଦେୟ ବୃଦ୍ଧିକୁ ବନ୍ଦ କରିବାକୁ ଦାବି କରିଥିଲେ। ଏଥିରେ ଶତାଧିକ କଂଗ୍ରେସ କର୍ମୀ ଓ ସମର୍ଥକମାନେ ଯୋଗ ଦେଇଥିଲେ।

kalyan agarbati

Comments are closed.