ଜିଲା ଆଇନ ସେବା ପ୍ରାଧିକରଣ ତରଫରୁ କଠିନ ବର୍ଜ୍ୟବସ୍ତୁ ପରିଚାଳନା ସଚେତନତା କାର୍ଯ୍ୟକ୍ରମ 

ଫୁଲବାଣୀ :କନ୍ଧମାଳ ଜିଲା ଆଇନ ସେବା ପ୍ରାଧିକରଣ ଫୁଲବାଣୀ ଦ୍ବାରା ଆୟୋଜିତ କଠିନ ବର୍ଜ୍ୟବସ୍ତୁ ପରିଚାଳନା ସଚେତନତା କାର୍ଯ୍ୟକ୍ରମ ଫୁଲବାଣୀ ବ୍ଲକ ସମ୍ମିଳନୀ ଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ବର୍ଜ୍ୟବସ୍ତୁ ପରିଚାଳନା ବିଶେଷଜ୍ଞ ହିତେଶ୍ବର ନାୟକ, ଆଇନସେବା ଡିଫେନସ କାଉନସିଲ ଶ୍ରୀମତୀ ଜୟନ୍ତୀ ପାଣିଗ୍ରାହୀ, ଜିଲା ପୋଲିସ ଅପରାଧ ଶାଖାର ଉପାଧ୍ୟକ୍ଷ ସର୍ବେଶ୍ଵର ବେହେରା ପ୍ରମୁଖ ଯୋଗ ଦେଇଥିବାବେଳେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସଚିବ ଶ୍ରୀମତୀ ଅନୁଶୀଳା ରୟ ସଭାପତିତ୍ବ କରିଥିଲେ।

ମନୁଷ୍ୟ ର ଆଧୁନିକ ଚଳଣି ତଥା ସହରୀକରଣ ର ବୃଦ୍ଧି ରେ ବୃଦ୍ଧି ପାଇଛି ମନୁଷ୍ୟ କୃତ ଆବର୍ଜନା। ଫୁଲବାଣୀ ପୋୖର ପରିଷଦ ତତ୍ତ୍ଵାବଧାନରେ ଚାଲିଥିବା ଓଦା ବର୍ଜ୍ୟବସ୍ତୁକୁ ନେଇ କିପରି ଜୈବିକ ଖତ ପ୍ରସ୍ତୁତ କରାଯାଉଛି, ତଥା ଦୈନିକ ସଂଗୃହିତ ପ୍ଲାଷ୍ଟିକ ପଲିଥିନ କୁ ବରଗଡ଼ ସିମେଣ୍ଟ କାରଖାନାର ଇନ୍ଧନ ପାଇଁ ପ୍ରେରଣ କରାଯାଉଥିବା କଥା ବିଶେଷଜ୍ଞ ଶ୍ରୀ ନାୟକ ଅବଗତ କରିଥିଲେ ।

prayash

ଆବର୍ଜନା ର ନିୟନ୍ତ୍ରଣ କୁ ନିଜର କର୍ତ୍ତବ୍ୟ ମନେକରି ପ୍ଲାଷ୍ଟିକ ର ବ୍ୟବହାର କମ୍ କରିବା ସହିତ ବଜାର ହାଟ କୁ ଗଲେ ନିଜ ସହିତ ଆବଶ୍ୟକ ବ୍ୟାଗ ଧରି ଯିବା ପାଇଁ ଶ୍ରୀମତୀ ପାଣିଗ୍ରାହୀ ସଚେତନ କରାଇଥିଲେ। ପୋଲିସ ଅପରାଧ ଶାଖାର ଉପାଧ୍ୟକ୍ଷ ଶ୍ରୀ ବେହେରା କିଭଳି କଠିନ ଆବର୍ଜନା ରୁ ବର୍ତ୍ତମାନ ଇନ୍ଧନ ପ୍ରସ୍ତୁତ କରାଯାଉଥିବା ସଚେତନ କରାଇଥିଲେ ।ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଅନୁଶୀଳା ରୟ କହିଥିଲେ ଆବର୍ଜନା ର ମୂଲ୍ୟ ରହିଛି । ନିଜ ଘର ର ବର୍ଜ୍ୟବସ୍ତୁ ଯେପରି ପୁରୁଣା ଲୁଗାରୁ ଝରକା ପରଦା, ତକିଆ ଖୋଳ କରିବା, ଶୁଖିଲା ପତ୍ର,ପରିବା ଚୋପା,ମାଛ କାତି ଆଦିକୁ ଏଣେ ତେଣେ ନାଳରେ ନପକାଇ ତାକୁ ପାକଶାଳା ଉଦ୍ୟାନରେ କମ୍ପୋଷ୍ଟ ଖତ ରୂପେ କିପରି ବ୍ୟବହାର କରିବାକୁ ସେ ସଚେତନ କରାଇଥିଲେ।

ଉକ୍ତ କଠିନ ବର୍ଜ୍ୟବସ୍ତୁ ପରିଚାଳନା ସଚେତନତା କାର୍ୟ୍ୟକ୍ରମ ରେ ଆଇନଜୀବି ହରିଶ୍ଚନ୍ଦ୍ର ମହାରଣା, ଜିଲା ଆଇନ ସେବା ସମୁଖ କାର୍ୟ୍ୟାଳୟ ରିଟେନର ପ୍ରଦ୍ୟୁମ୍ନ ଚନ୍ଦ୍ର ପ୍ରଧାନ ଏବଂ ଫୁଲବାଣୀ ବ୍ଲକ ର ଶତାଧିକ ସ୍ବୟଂ ସହାୟକ ଗୋଷ୍ଠୀର ପ୍ରମୁଖ ମହିଳା ତଥା ଏମବିକେ ଏବଂ ସିଂଆରପିମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ସମାଜସେବୀ ତଥା ପିଏଲଭି ମେମ୍ବର ନିରଞ୍ଜନ ପାଣ୍ଡେ କାର୍ୟ୍ୟକ୍ରମ ପରିଚାଳନା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.