ଫୁଲବାଣୀ:କନ୍ଧମାଳ ଜିଲା ଫିରିଙ୍ଗିଆ ଅଞ୍ଚଳରେ କାଳ ବୈଶାଖୀ ଯୋଗୁଁ ଘଡଘଡ଼ି ସହକୁଆ ପଥର ବର୍ଷା ହୋଇଛି। ଏହାର ପ୍ରଭାବରେ ଅନେକ କ୍ଷୟକ୍ଷତି ହୋଇଛି। ବିଭିନ୍ନ ସ୍ଥାନରେ ଘର ଛପର ଉଡିଯାଇଥିବା ବେଳେ ରାସ୍ତା ଘାଟରେ ଗଛ ଉପୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି। ଫିରିଙ୍ଗିଆ ପଞ୍ଚାୟତ ର ୧୪ ନମ୍ବର ୱାର୍ଡ ଶସିପଦର ଗାଁର ଫୁଲବାଣୀ ବାଲିଗୁଡା ମୁଖ୍ୟ ରାସ୍ତା ଶଶୀପଦର ଛକ ନିକଟରେ ୨ ଟି ବିଶାଳ କାୟ ଶାଳ ଗଛ ପଡ଼ି ଯିବାରୁ ନିରଞ୍ଜନ ବେହେରାଙ୍କ ଘରଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ପ୍ରବଳ ବର୍ଷା ସହ ଘଡ ଘଡି କୁଆପଥର ବୃଷ୍ଟି ହେବା ଦ୍ବାରା ଘର ଭିତରେ ଥିବା ନିରଞ୍ଜନ ବେହେରାଙ୍କ ପତ୍ନୀ ସୁନିତା ବେହେରା ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିଲେ , କିନ୍ତୁ ଘରର ଇଟା ଓ ଗଛ ଡାଳ ବାଜି ସାନପୁଅ ଗୁରୁତର ଥିବା ଜଣାପଡ଼ିଛି। ଘରଟି ସମ୍ପୂର୍ଣ୍ଣ ଗଛ ପଡ଼ି ନଷ୍ଟ ହୋଇଯାଇଛି । ଘର ଭିତରେ ଥିବା ଲୁଗା ପଟା, ରୋଷେଇ ସରଞ୍ଜାମ ଡେ଼କଚି, ଗରା, ବାଲ୍ଟି, ସମ୍ପୂର୍ଣ ନଷ୍ଟ ହୋଇଯାଇଛି। ସେହିପରି ପିଲାମାନଙ୍କ ପଢା ବହି ଓ ଘରେ ଥିବା ସମସ୍ତ ଧାନ, ଚାଉଳ ମଧ୍ୟ ନଷ୍ଟ ହୋଇଥିବା ବେଳେ ଘରଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଘଟଣା ସ୍ଥଳରେ ଫିରିଙ୍ଗିଆ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିବା ସହ ଘର ଉପରେ ଥିବା ଗଛ ଡାଳ କାଟିଥିଲେ। ଫିରିଙ୍ଗିଆ ତହସିଲ କାର୍ଯ୍ୟାଳୟର ରାଜସ୍ବ ନିରୀକ୍ଷକ ଘଟଣାସ୍ଥଳ ପରିଦର୍ଶନ ପରେ ପାଲ ଖଣ୍ଡିଏ ଦିଆ ଯିବାକୁ ପ୍ରତିଶ୍ରୁତି ଦେଇଛନ୍ତି।
ଅନ୍ୟପଟେ ଘଟଣା ସ୍ଥଳରେ ଫିରିଙ୍ଗିଆ ବ୍ଲକର ୧୩ ନମ୍ବର ଜୋନ ଜିଲା ପରିଷଦ ସଭ୍ୟା ତଥା ଫୁଲବାଣୀ ବିଧାୟିକା ପ୍ରାର୍ଥୀ ଜୟଶ୍ରୀ କହଁର ଓ ତାଙ୍କ ସ୍ୱାମୀ ତ୍ରିନାଥ କହଁର, ପୂର୍ବତନ ସମିତି ସଭ୍ୟ ପ୍ରତାପ ଚନ୍ଦ୍ର ସାହୁ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ଏବଂ ପୀଡ଼ିତଙ୍କୁ କିଭଳି ସହାୟତା ପ୍ରଦାନ କରାଯାଇ ପାରିବ ସେ ନେଇ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।
Comments are closed.