ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଗୋଟିଏ ଶ୍ରେଣୀଗୃହ ମରାମତି ପାଇଁ ଖର୍ଚ୍ଚ ହୋଇଛି ୨ ଲକ୍ଷ ୫0 ହଜାର

ଫୁଲବାଣୀ: ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ବିଭିନ୍ନ ଉନ୍ନୟନ ମୂଳକ କାମ ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟ ବରାଦ କରୁଛନ୍ତି। କିନ୍ତୁ ଏହି କାମ ଗୁଡିକର ଦାୟିତ୍ୱରେ ଥିବା ବିଭାଗୀୟ ଅଧିକାରୀ କାର୍ଯ୍ୟରତ ଯନ୍ତ୍ରୀ ଓ ଠିକାଦାର ମାନଙ୍କ ଲାଭଖୋର ମନବୃତ୍ତି ଆଶା ଯୋଗୁଁ କାମ ଗୁଡିକ ଅତି ନିମ୍ନ ମାନର ହେଉଥିବାବେଳେ ତାହାର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି କାମଗୁଡିକ ପାଇଁ ଆସୁଥିବା ଲକ୍ଷ୍ୟଲକ୍ଷ୍ୟ ଟଙ୍କା ଆତ୍ମସାତ କରୁଥିବା ଅଭିଯୋଗ ହୋଇଛି।
prayash
କନ୍ଧମାଳ ଜିଲାର ଫିରିଙ୍ଗିଆ ବ୍ଲକ କାଶିନୀପଦର ପଞ୍ଚାୟତର ମାଝୀପଡା ଗାଁରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ୨0୨୩/୨୪ ଆର୍ଥିକ ବର୍ଷରେ ଅତିରିକ୍ତ ଶ୍ରେଣୀଗୃହ ମରାମତି ପାଇଁ ରାଜ୍ୟ ସରକାରଙ୍କ ଆମ ଓଡିଶା ନବୀନ ଓଡିଶା ମାଧ୍ୟମରେ ୨ ଲକ୍ଷ୍ୟ ୫0 ହଜାର ଟଙ୍କା ଅନୁଦାନ ଆସିଥିଲା। ଏହି ମରାମତି କାମଟିର ନିର୍ମାଣ ଦାୟିତ୍ୱ ପଞ୍ଚାୟତ ସମିତି ଫିରିଙ୍ଗିଆକୁ ହସ୍ତାନ୍ତର କରାଯାଇଥିଲା। ଫିରିଙ୍ଗିଆ ବିଡ଼ିଓ ଅନୁପ ଅଭିଷେକ ବେହେରାଙ୍କ ନିର୍ଦେଶ କ୍ରମେ କାଶିନୀପଦର ପଞ୍ଚାୟତ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଅଶୋକ କୁମାର ପାଢ଼ୀଙ୍କୁ କାର୍ଯ୍ୟାଦେଶ ଦିଆଯାଇଥିଲା।
ଏହି ମରାମତି କାମ କନିଷ୍ଠ ଯନ୍ତ୍ରୀଙ୍କ ତତ୍ୱାବଧାନରେ ହୋଇଛି। ଏଥିରେ ସମ୍ପୃକ୍ତ ଯନ୍ତ୍ରୀ ଓ କାମ କରିଥିବା ବ୍ୟକ୍ତି ଅନୁଦାନ ରାଶି ଆତ୍ମସାତ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।  ଏହି କାମର ସଠିକ ତଦନ୍ତ କରାଯାଉ ବୋଲି ସେମାନେ ଦାବି କରିଛନ୍ତି। ଏହି କାମ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଅଶୋକ କୁମାର ପାଢ଼ୀ କହିଛନ୍ତି ଯେ ଶ୍ରେଣୀଗୃହ ମରାମତି କାମ ଶେଷ ହୋଇଛି। ଯଦି ନିମ୍ନମାନର କାମ ହୋଇଥାଏ ତାହେଲେ ଆଉ ଥରେ ତାକୁ ମରାମତି କରାଯିବ ବୋଲି ପ୍ରକାଶ କରିଛନ୍ତି।

Comments are closed.