www.samajalive.in
Sunday, December 7, 2025
14.1 C
Bhubaneswar

ରାସ୍ତା କଡ଼ରୁ ତିନି ଶିଶୁଙ୍କୁ ଉଦ୍ଧାର କଲା ଚାଇଲ୍ନ ହେଲ୍‌ପ ଲାଇନ୍

ଫୁଲବାଣୀ :ବୁଧବାର ବିଳମ୍ବିତ ରାତ୍ରରେ ଫୁଲବାଣୀ ଟାଉନଥାନା ଅନ୍ତର୍ଗତ ଏଫସିଆଇ ଗୋଦାମ ନିକଟସ୍ଥ ଅରବିନ୍ଦ ନଗର ଗଳିରୁ ୩ ଜଣ ଶିଶୁଙ୍କୁ ଉଦ୍ଧାର କରିଛି କନ୍ଧମାଳ ଚାଇଲ୍ନ ହେଲ୍ପ ଲାଇନ୍। ୧୦୯୮ ସଂପର୍କିତ କଣ୍ଟ୍ରୋଲ ରୁମରୁ ସୂଚନା ପ୍ରକାରେ , ପୁଲିସ୍ ସହାୟତରେ ୩ ଜଣ ଶିଶୁଙ୍କୁ ଅସହାୟ ଅବସ୍ଥାରେ ଉଦ୍ଧା କରାଯାଇଛି। ଉଦ୍ଧାର ହୋଇଥିବା ତିନିଜଣ ଶିଶୁଙ୍କ ମଧ୍ୟରୁ ୨ ଜଣ ବାଲିକା ଶିଶୁ ଓ ଜଣେ ବାଳକ ଶିଶୁ ବୋଲି ଜିଲା ଶିଶୁ ସୁରକ୍ଷା ଅଧିକାରୀ ରଶ୍ମିତା କରନ୍ ସୂଚନା ଦେଇଛନ୍ତି।

ଉଦ୍ଧାର ଶିଶୁମାନଙ୍କୁ ପଚରାଉଚରା ପରେ ସେମାନେ ଫିରିଙ୍ଗିଆ ଥାନା ଅନ୍ତର୍ଗତ ନୂଆପଦର ବିଲୁପଦର ନିବାସି ପିତା ଅନିଲ ସାହାଣୀ ଓ ମାତା ଗୀତାଞ୍ଜଳୀ ସାହାଣୀ ବୋଲି ପ୍ରକାଶ କରିଥିବା ସୂଚନା ଦିଆଯାଇଛି। ଉଦ୍ଧାର ବେଳେ ସମସ୍ତ ଶିଶୁ ଭୋକିଲା ଥିବାବେଳେ ଜଣେ ଶିଶୁ ଭୋକିଲା କାରଣରୁ ଅସୁସ୍ଥ ଥିବାରୁ ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟର ଶିଶୁ ବିଭାଗରେ ଭର୍ତ୍ତି କରାଯାଇ ଚିକିତ୍ସିତ କରାଯାଇଛି। ବଡ଼ ଝିଅକୁ ସକ୍ଷୀ ସେଣ୍ଟରରେ ଥଇଥାନ କରାଯାଇଥିବା ବେଳେ ମଝିଆ ପୁଅକୁ ମୂଳଗୁଦାରୀ ସ୍ଥିତ ସାଦନ ଶିଶୁ ଯତ୍ନ ଅନୁଷ୍ଠାନରେ ଥଇଥାନ କରାଯାଇଛି। ଉଦ୍ଧାର ହୋଇଥିବା ଶିଶୁମାନେ ଗୋଟିଏ ପରିବାରର ଏବଂ ତାଙ୍କ ଜନ୍ମିତ ପିତାମାତା କୌଣସି କାରଣ ବଶତଃ ସେମାନଙ୍କୁ ଉଦ୍ଧାର କରାଯାଇଥିବା ସ୍ଥାନରେ ଛାଡ଼ି କୁଆଡ଼େ ଫେରାର୍ ହୋଇ ଯାଇଥିବାର ସନ୍ଦେହ କରାଯାଇଛି। ଫୁଲବାଣୀ ଟାଉନ ଥାନା ପୁଲିସ୍ ଘଟଣାର ତଦନ୍ତ ମଧ୍ୟ ଆରମ୍ଭ କରିଛି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories