bjd gruha runa

ବାଲନ୍ଦାପଡ଼ାରେ ଫୁଟବଲ ଟୁର୍ଣ୍ଣାମେଣ୍ଟ: ତିଳେଶ୍ୱର ଏଫସିକୁ ହରାଇ ସୁରଜ ଏଫସି ଚମ୍ପିୟାନ

BJD Bijuli 480×75 Mob

ଫୁଲବାଣୀ:କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକର ବାଲନ୍ଦାପଡା ପଞ୍ଚାୟତ ବୋପାଙ୍ଗା ମିନି ଖେଳ ପଡିଆରେ ଆୟୋଜିତ ଏକ ଦିବାସୀୟ ଆନ୍ତଃ ଜିଲା ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି l ସତ୍ୟମେବ ଜୟତେ ଯୁବକ ସଙ୍ଘ, ପକାରୀ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଏକ ଦିବାସୀୟ ଟୁର୍ଣ୍ଣାମେଣ୍ଟରେ କନ୍ଧମାଳ ଜିଲାରୁ ୬ଟି ଟିମ ଯୋଗ ଦେଇଥିବା ବେଳେ ବୌଦ୍ଧ ଜିଲାରୁ ୨ ଟି ଟିମ ଯୋଗ ଦେଇଥିଲେ। ଏହି ଖେଳରେ ସର୍ବମୋଟ ୮ ଟି ଫୁଟବଲ କ୍ଲବ ଯୋଗ ଦେଇଥିବା ବେଳେ ଫାଇନାଲରେ କନ୍ଧମାଳ ଜିଲାର ସୁରଜ ଏଫସି ଏବଂ ବୌଦ୍ଧ ଜିଲାର ତିଳେଶ୍ୱର ଏଫସି ମଧ୍ୟରେ ଅନୁଷ୍ଠିତ ହୋଇଥିଲା।

ଫାଇନାଲ ଖେଳରେ ମୁଖ୍ୟ ଅତିଥି ଭାବରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଯୋଗ ଦେଇଥିବା ବେଳେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଖଜୁରୀପଡା ବ୍ଲକ ପୂର୍ବତନ ଅଧ୍ୟକ୍ଷ ବୀରେନ୍ଦ୍ର କହଁର, ଅବସର ପ୍ରାପ୍ତ ପୋଲିସ ତଥା କୁଇ ଗୀତ କଣ୍ଠ ଶିଳ୍ପୀ ଜଳନ୍ଧର ଦିଗାଲ, ଲୁଇସିଂ ସରପଞ୍ଚ ସୁଦର୍ଶନ କହଁର, ପକାରୀ ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ଅରୁଣ ଦିଗାଲ ଯୋଗ ଦେଇଥିଲେ । ଫାଇନାଲ ଖେଳରେ ତିଳେଶ୍ୱର ଏଫସିକୁ ୨ – 0 ରେ ହରାଇ ସୁରଜ ଏଫସି ଚମ୍ପିୟାନ ହୋଇଥିଲା । ସତ୍ୟମେବ ଜୟତେ ଯୁବକ ସଙ୍ଘ ପକାରୀର ସଭାପତି ରାଜୀବ ଲୋଚନ ଦିଗାଲ, ସମ୍ପାଦକ ସୁଶୀଲ ଦିଗାଲ, ରିନିକା କହଁର, ଦିବାକର କହଁର, ବଶିଷ୍ଠ ଦିଗାଲଙ୍କ ସହ ସଙ୍ଘର ଅନ୍ୟ ସଦସ୍ୟ ମାନେ ସହଯୋଗ କରିଥିଲେ। ଖେଳ ଶେଷରେ ଅତିଥି ମାନଙ୍କ ଦ୍ୱାରା ବିଜେତା ଦଳକୁ ଟ୍ରଫି ସହ ୧୦ ହଜାର ଟଙ୍କା ଓ ଉପ ବିଜେତା ଦଳକୁ ଟ୍ରଫି ସହ ୮ହଜାର ଟଙ୍କା ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା।

Comments are closed.