ସ୍ୱାଦିଷ୍ଟ ପୋଟଳ ଚଟଣି

ଅନେକ ଲୋକଙ୍କୁ ବିଭିନ୍ନ ପ୍ରକାର ଚଟଣି ଖାଇବା ପସନ୍ଦ । ତେବେ ଟମାଟୋ, ଧନିଆପତ୍ର, ପୁଦିନା ପତ୍ର ଚଟଣି ଅଧିକାଂଶ ପ୍ରସ୍ତୁତ କରନ୍ତି । ମାତ୍ର କେବେ ପୋଟଳ ଚଟଣି ପ୍ରସ୍ତୁତ କରିଛନ୍ତି କି? ଜାଣନ୍ତୁ କେମିତି ପ୍ରସ୍ତୁତ ହୁଏ ପୋଟଳ ଚଟଣି..
ଆବଶ୍ୟକ ସାମଗ୍ରୀ
ପୋଟଳ- ଆବଶ୍ୟକ ପରିମାଣରେ
ଅଳ୍ପ କିଛି ରସୁଣ ପାଖୁଡା
କଞ୍ଚା ଲଙ୍କା- ୨ଟି
ଲେମ୍ବୁ ରସ – ୨ ଚାମଚ
ପୁଦିନା ପତ୍ର -ଅଳ୍ପ
ସୋରିଷ ତେଲ
ଲୁଣ- ସ୍ୱାଦ ଅନୁସାରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ପୋଟଳକୁ ଦୁଇ ଫାଳ କରି କାଟି ଦିଅନ୍ତୁ । ଏବେ ତାର ଜାଲି ଉପରେ ପୋଟଳରେ ଅଳ୍ପ କିଛି ତେଲ ଲଗାଇ ଗ୍ୟାସରେ ଭଲ ଭାବେ ପୋଡି ଦିଅନ୍ତୁ । ଏବେ ଏହାକୁ ଅଳ୍ପ ଥଣ୍ଡା କରିବା ପରେ ଏଥିରେ ଲୁଣ, କଞ୍ଚାଲଙ୍କା, ରସୁଣ, ପୁଦିନା ପତ୍ର ପକାଇ ଭଲ ଭାବେ ଚକଟି ଦିଅନ୍ତୁ । ଏବେ ଏଥିରେ ଅଳ୍ପ ସୋରିଷ ତେଲ ପକାଇ ଭଲ ଭାବେ ପେଷି ଦିଅନ୍ତୁ । ପେଷିବା ପରେ ଏକ ପାତ୍ରକୁ କାଢି ଏହା ଉପରେ ଅଳ୍ପ ଲେମ୍ବୁ ରସ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ପୋଟଳ ଚଟଣି ।

Comments are closed.