www.samajalive.in
Monday, December 8, 2025
13.1 C
Bhubaneswar

ଦେଖନ୍ତୁ ଭିଡିଓ ; ରୋଷେଇ ଘରେ ପଶିଲା ସିଂହ, ଆଉ ତା’ପରେ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଜୀବଜନ୍ତୁଙ୍କ ଅନେକ ଭିଡିଓ ଭାଇରାଲ୍‌ ହୋଇଥାଏ । କିଛି ଭିଡିଓ ଆଶ୍ଚର୍ଯ୍ୟ ଚକିତ ସହ ଭୟଭୀତ ମଧ୍ୟ କରିଥାଏ । ନିକଟରେ ଏଭଳି ଏକ ଭିଡିଓ ଭାଇରାଲ୍‌ ହେଉଛି ଯାହାକୁ ଦେଖିଲେ ଭୟଭୀତ ହେବା ସାଧାରଣ କଥା । ଭିଡିଓଟି ଏବେ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି ।
ଭାଇରାଲ୍‌ ହେଉଥିବା ଭିଡିଓରେ ଦେଖିପାରିବେ, ଜଙ୍ଗଲ ରାସ୍ତାର ବାଟବଣା ହୋଇ ଏକ ସିଂହ କିଭଳି ହଠାତ୍‌ ଜଣଙ୍କ ଘରେ ପଶି ଯାଉଛି । ଭିଡିଓଟି ଗୁଜରାଟର ଅମରେଲୀ ଜିଲାର ବୋଲି କୁହାଯାଉଛି । ଏଠାରେ ସିଂହ ଜଣଙ୍କ ରୋଷେଇ ଘରେ କାନ୍ଥ ଉପରକୁ ଚଢି ଯାଇ ସେଠାରେ ବସି ରହୁଛି । ଏହି ଘଟଣା କାରଣରୁ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି ।

ଏହି ଘଟଣା ଗିର୍‌ ଜଙ୍ଗଲର ନିକଟରେ ଘଟିଛି । ଏଠାକାର ଅଞ୍ଚଳରେ ଅଧିକାଂଶ ସମୟରେ ସିଂହ ଦେଖାଯାନ୍ତି । ମାତ୍ର ଜନବସତି ଅଞ୍ଚଳରେ ଏଭଳି ଘଟଣା କମ୍‌ ଦେଖାଯାଏ । ରୋଷେଇ ଘରର କାନ୍ଥ ଉପରରେ ସିଂହକୁ ବସିଥିବା ଦେଖି ଲୋକେ ଅତ୍ୟଧିକ ଭୟଭୀତ ହୋଇଯାଇଥିଲେ । ସେଠାରୁ ଦୌଡି ପଳାଇଥିଲେ । କିଛି ଲୋକେ ଟର୍ଚ୍ଚ ଲାଇଟ୍‌ରେ ସିଂହକୁ ଦେଖି ଭିଡିଓ କରିଥିବା ଜଣାପଡୁଛି । ମାତ୍ର ସିଂହଟି ମଧ୍ୟ ସେହି ସମୟରେ ଘର ଭିତରକୁ ପଶିବାକୁ ଚେଷ୍ଟା କରୁଥିବା ଭିଡିଓରେ ଦେଖାଯାଉଛି । ଭିଡିଓ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି ।

୧୨ ବର୍ଷ ପରେ ବୁଧ-ବୃହସ୍ପତିଙ୍କ ମହାସଂଯୋଗ ; ଜାଣନ୍ତୁ କିଏ ହେବେ ମାଲାମାଲ୍‌, କାହାକୁ ମିଳିବ ନୂଆ ଚାକିରି, ସନ୍ତାନ ସୁଖ..

- Advertisement -

ହୃଦୟବିଦାରକ.. ଦେଖନ୍ତୁ ଭିଡିଓ; ବିବାହ ବାର୍ଷିକୀରେ ନାଚୁ ନାଚୁ ଚାଲିଗଲା ଜୀବନ

ଟାଟା ଆଣିଲା ଚକ ଥିବା ଏସି ; ମାତ୍ର ୨,୦୨୪ ଟଙ୍କା ଦେଇ ନେଇ ଆସନ୍ତୁ ଘରକୁ

ଏୟାରଟେଲ୍‌ ୩୮ କୋଟି ଉପଭୋକ୍ତାଙ୍କ ପାଇଁ ଆଣିଲା ଆଶ୍ୱସ୍ତି, ବର୍ଷକ ପାଇଁ ଆଣିଲା ସବୁଠାରୁ ଶସ୍ତା ପ୍ଲାନ୍‌

ଖୁସି ଖବର; କମିଲା ସୁନା ଦାମ୍‌, ଜାଣନ୍ତୁ କେତେ

 

 

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories