www.samajalive.in
Wednesday, December 10, 2025
17.1 C
Bhubaneswar

୧୦ରୁ ୧୧୪ କୁଣ୍ଡିୟ ବିଶ୍ୱଶାନ୍ତି ମହାଯଜ୍ଞ, ସାମିଲ ହେବେ ମୁଖ୍ୟମନ୍ତ୍ରୀ

କେନ୍ଦୁଝରଗଡ଼: କେନ୍ଦୁଝର କାଳୀପଡ଼ିଆରେ ସନାତନ ଧର୍ମ ସୁରକ୍ଷା ପରିଷଦ ଓଡ଼ିଶା ଆନୁକୂଲ୍ୟରେ ଆସନ୍ତା ୧୦ରୁ ୧୨ ତାରିଖ ୩ଦିନ ଧରି ୧୧୪କୁଣ୍ଡିୟ ବିଶ୍ୱଶାନ୍ତି ମହାଯଜ୍ଞ ନିମନ୍ତେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏହି ଅବସରରେ ଶୁକ୍ରବାର ପୂର୍ବାହ୍ନରେ କାଳୀତୀର୍ଥ ସଭାଗୃହରେ ସନାତନ ଧର୍ମ ସୁରକ୍ଷା ପରିଷଦ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯଜ୍ଞ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି। ଏହି ଯଜ୍ଞରେ ୧୧୪ଯଜ୍ଞ କୁଣ୍ଡ, ୨୨୮ଜଣ କର୍ତ୍ତା, ୨୫୦ରୁ ଊର୍ଦ୍ଧ୍ବ ବ୍ରାହ୍ମଣ, ୫୦୦ରୁ ଊର୍ଦ୍ଧ୍ବ୍ୱ ନ୍ୟାସୀ ଏବଂ ଓଡ଼ିଶା ବାହାରୁ ସନାତନୀ ପୁରୋଧା ଯୋଗଦେବେ ବୋଲି ଆବାହକ ନିରଞ୍ଜନ ଦାଶ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି। ବୈଦିକ ବ୍ରାହ୍ମଣ ପରିଷଦ କେନ୍ଦୁଝରର ସମ୍ପାଦକ ଡ. ଦେବଦତ୍ତ ଷଡ଼ଙ୍ଗୀ ବିଶ୍ୱଶାନ୍ତି ମହାଯଜ୍ଞ ସମ୍ପର୍କିିତ ସବିଶେଷ ବିବରଣୀ ପ୍ରଦାନ ଅବସରରେ ଏହି ଯଜ୍ଞରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍‌ଘାଟନୀ ଦିବସରେ ମୁଖ୍ୟଅତିଥି ଭାବେ ଯୋଗ ଦେବେବୋଲି ସୂଚନା ଦେଇଛନ୍ତି। ୮ତାରିଖ ସନ୍ଧ୍ୟା ୫ଘଟିକାରେ ଅଙ୍କୁରାରୋପଣଠାରୁ ୧୨ତାରିଖ ପୂର୍ଣ୍ଣାହୁତି ପର୍ଯ୍ୟନ୍ତ ବିଶେଷ ଭାବେ ଗୋ ମାତା ସମ୍ମିଳନୀ ଅବସରରେ ଗୋପୁଜନ ଓ ଗୋସେବା ଯଜ୍ଞ ସହ ପ୍ରତି ସନ୍ଧ୍ୟାରେ ପାଲା, ଦଶକାଠିଆ, ପ୍ରବଚନ ଓ ଭଜନ ସନ୍ଧ୍ୟା ଆଦି ସାଂସ୍କୃତିକ ଏବଂ ସମସ୍ତ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଛି ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପରାମର୍ଶଦାତା ବରିଷ୍ଠ ଆଇନଜୀବୀ ମନୋରଞ୍ଜନ ପାଢ଼ୀ, ସଭାପତି ମଧୁସୂଦନ ମିଶ୍ର, ସୁବାହୁ ଦାଶ ପ୍ରମୁଖ ଉପସ୍ଥିତ ରହି ଯଜ୍ଞ କାର୍ଯ୍ୟସୂଚୀ ବିଷୟରେ ବିବରଣୀ ପ୍ରଦାନ କରିଥିଲେ। କାଳୀତୀର୍ଥ ପରିଚାଳନା କମିଟି କର୍ମକର୍ତ୍ତା ଅଜୟ କୁମାର ମିଶ୍ର, ବାବା ଯୋଗେନ୍ଦ୍ର ମହାରାଜ ଓ ରତିକାନ୍ତ ପତି ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories