www.samajalive.in
Sunday, December 7, 2025
26.1 C
Bhubaneswar

ପନୀର ରେଶମୀ

ଆବଶ୍ୟକ ସାମଗ୍ରୀ
ପନୀର – ୪୦୦ ଗ୍ରାମ
କଟା ପିଆଜ – ୨ଟି
କଟା ଟମାଟୋ – ୧ଟି
କଟା ସିମଲା ଲଙ୍କା – ୧ଟି
ଅଦା ରସୁଣ ବଟା – ଆବଶ୍ୟକ ପରିମାଣରେ
ଜିରା – ଅଳ୍ପ
ପାଣି – ଆବଶ୍ୟକ ପରିମାଣରେ
ଧନିଆ ଗୁଣ୍ଡ – ଅଳ୍ପ
ହଳଦୀ ଗୁଣ୍ଡ – ଅଳ୍ପ
ଲଙ୍କା ଗୁଣ୍ଡ – ଅଳ୍ପ
କ୍ରିମ – ଆବଶ୍ୟକ ପରିମାଣରେ
ଧନିଆପତ୍ର – ଅଳ୍ପ
ଗରମ ମସଲା – ଅଳ୍ପ
ତେଲ – ଆବଶ୍ୟକ ପରିମାଣରେ
ଲୁଣ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ପିଆଜ, ସିମଲା ଲଙ୍କା, ଟମାଟୋ, ପନୀରକୁ ଲମ୍ବା ଆକାରରେ କାଟି ଦିଅନ୍ତୁ। ଏବେ ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଜିରା ପକାନ୍ତୁ। ଏହାପରେ କଟା ପିଆଜ ପକାଇ ଭାଜନ୍ତୁ। ପିଆଜ ଭାଜିବା ପରେ କଟା ଟମାଟୋ, ସିମଲା ଲଙ୍କା ପକାଇ ଭାଜନ୍ତୁ। ଏବେ ଏଥିରେ ଅଦା ରସୁଣ ବଟା, ଧନିଆ ଗୁଣ୍ଡ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ , ଗରମ ମସଲା ପକାଇ ଗୋଳାନ୍ତୁ। ଗୋଳାଇବା ପରେ ଏଥିରେ ଅଳ୍ପ ପାଣି ଓ କଟା ପନୀର ପକାନ୍ତୁ। ଏବେ ଏହାକୁ ୧୦ ମିନିଟ ଗ୍ୟାସରେ ବସାଇବା ପରେ ଏଥିରେ କ୍ରିମ ପକାଇ ଏକ ପାତ୍ରକୁ କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ପନୀର ରେଶମୀ ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories