ନୂଆଦିଲ୍ଲୀ: କାଶ୍ମୀର ସମେତ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ଭାରତ ସହିତ ଦୀର୍ଘବର୍ଷ ଧରି ଲାଗିରହିଥିବା ବିବାଦ ପରିପ୍ରେକ୍ଷୀରେ ପାକିସ୍ତାନ ସରକାର ଭାରତରୁ କପା ଓ ଚିନି ଆମଦାନୀ ଉପରେ କଟକଣା ଲାଗୁ କରିଥିଲେ। ତେବେ ସେଠାରେ ଏହି ସାମଗ୍ରୀର ଘୋର ଅଭାବ ପରିଲକ୍ଷିତ ହେବା ସହିତ ସାମ୍ପ୍ରତିକ ମହାମାରୀ ପରିସ୍ଥିତିରେ ଦେଶର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପାକିସ୍ତାନ ସରକାର ନିଜ ନିଷ୍ପତ୍ତିରେ ପରିବର୍ତ୍ତନ କରିଛନ୍ତି। ପୁଣି ଭାରତରୁ କପା ଓ ଚିନି ଆମଦାନୀ କରିବ ପାକିସ୍ତାନ। ପ୍ରାୟ ଦୁଇବର୍ଷ ବନ୍ଦ ରହିବାପରେ ଏହି ସାମଗ୍ରୀର ଆମଦାନୀ ଚଳିତ ବର୍ଷ ଜୁନ ୩୦ ତାରିଖରୁ ପୁନଃ ଆରମ୍ଭ ହେବ। ଏଥିସହିତ ଭାରତ ସହିତ ପାକିସ୍ତାନର ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ମଧ୍ୟ ଆରମ୍ଭ ହେବ। ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ଅର୍ଥନୈତିକ କମିଟି ସରକାରଙ୍କୁ ଏହି ପ୍ରସ୍ତାବ ଦେବାପରେ ପାକିସ୍ତାନ ସରକାର ତାହାକୁ ଗ୍ରହଣ କରିଛନ୍ତି। ଦେଶର ନୂଆ ଅର୍ଥମନ୍ତ୍ରୀ ଭାବରେ ଦାୟିତ୍ୱ ନେଇଥିବା ହମାଦ ଆଜହାର୍ ବୁଧବାର ଏହି ଘୋଷଣା କରିଛନ୍ତି।
Popular Categories



