www.samajalive.in
Friday, December 5, 2025
27.1 C
Bhubaneswar

ଆଇପିଏଲରୁ ବାଂଲାଦେଶ ବିଦା, ଜଣେ ବି ଖେଳାଳିଙ୍କୁ କିଣିଲେନି କୌଣସି ଟିମ୍‌

ସମାଜ ଡିଜିଟାଲ ଡେସ୍କ: ଆଇପିଏଲ ୨-୨୫ ସିଜନର ମେଗା ନିଲାମୀ ସାଉଦି ଆରବରେ ଗତ ସୋମବାର ଶେଷ ହୋଇଛି। ଦୁଇଦିନ ଧରି ଚାଲିଥିବା ଏହି ନିଲାମ କାର୍ଯ୍ୟକ୍ରମରେ ୧୦ଟି ଟିମ ୧୮୨ ଖେଳାଳିଙ୍କୁ ୬୩୯ କୋଟି ୧୫ ଲକ୍ଷ ଟଙ୍କା ବ୍ୟୟରେ କିଣିଛନ୍ତି। ହେଲେ କୌଣସି ଟିମ ବାଂଲାଦେଶର କୌଣସି ଖେଳାଳିଙ୍କୁ କିଣି ନାହାନ୍ତି। ଯାହାଫଳରେ ଚଳିତ ଆଇପିଏଲରୁ ବାଂଲାଦେଶ ବିଦା ହୋଇଥିବା କୁହାଯାଉଛି।

ଚଳିତବର୍ଷ ବାଂଲାଦେଶରେ ସରକାର ପଲଟିବା ପରଠାରୁ ହିନ୍ଦୁମାନଙ୍କ ପ୍ରତି ଅକଥନୀୟ ଅତ୍ୟାଚାର କରାଯାଉଛି। ଏପରି କି ହିନ୍ଦୁମାନଙ୍କୁ ବାଂଲାଦେଶ​‌ରେ ହତ୍ୟା କରାଯିବା ସହିତ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କୁ ବେଆଇନ ଭାବେ ଗିରଫ କରାଯାଉଛି। ଯାହାର ପ୍ରଭାବ ଆଇପିଏଲ ନିଲାମୀରେ ବି ଦେଖିବାକୁ ମିଳିଛି।

- Advertisement -

ଚଳିତ ନିଲାମୀରେ ୧୨ ଜଣ ବାଂଲାଦେଶୀ କ୍ରିକେଟରଙ୍କ ନାମ ଶର୍ଟଲିଷ୍ଟ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ମୁସ୍ତାଫିଜୁର ରହମନ ଏବଂ ରିଶାଦ ହୁସେନଙ୍କ ନାମ ନିଲାମ ପାଇଁ ଡକାଯାଇଥିଲା। କିନ୍ତୁ କୌଣସି ଟିମ୍ ସେମାନଙ୍କୁ କିଣି ନ ଥିଲେ। ଏହାବ୍ୟତୀତ ଲିଟନ ଦାସ, ତସ୍କିନ ଅହମ୍ମଦ, ଶାକିବ ଅଲ ହସନ, ମେହଦୀ ହସନ ସିରାଜ, ଶେରିଫୁଲ ଇସଲମା ଏବଂ ତଞ୍ଜିମ ହସନ ସାକିବଙ୍କ ଭଳି ଅନ୍ୟ ୧୦ ଷ୍ଟାର ଖେଳାଳି ମଧ୍ୟ ରହିଥିଲେ। କିନ୍ତୁ ଏମାନଙ୍କ ମଧ୍ୟରୁ କୌଣସି ଖେଳାଳିଙ୍କ ନାମ ନିଲାମ ପ୍ରକ୍ରିୟାରେ ଡକାଯାଇ ନ ଥିଲା।

ପାକିସ୍ତାନ ପରେ ଏବେ ବାଂଲାଦେଶ ବି ଆଇପିଏଲରୁ ବାହାର ହୋଇଯାଇଛି। ଏଭଳି ଜାରି ରହିଲେ ଆଗାମୀ ଦିନରେ ବି ବାଂଲାଦେଶୀ କ୍ରିକେଟରମାନଙ୍କ ଉପରେ ଆଇପିଏଲରୁ ବାହାରେ ରହିବାର ବିପଦ ଅଧିକ ଘନେଇବାରେ ଲାଗିବ।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories