www.samajalive.in
Saturday, December 6, 2025
17.1 C
Bhubaneswar

ହୋଣ୍ଡା ଆଣିଲା ୨ ଇଲେକ୍ଟ୍ରିକ୍ ସ୍କୁଟର, ଶୀଘ୍ର ଆରମ୍ଭ ହେବ ବିକ୍ରି

ନୂଆଦିଲ୍ଲୀ : ଦୁଇଚକିଆ ନିର୍ମାତା କମ୍ପାନୀ ହୋଣ୍ଡା ମୋଟରସାଇକେଲ ଏବଂ ସ୍କୁଟର ଇଣ୍ଡିଆ ଇଲେକ୍ଟ୍ରିକ୍ ଗାଡି ବଜାରରେ ପାଦ ଥାପିଛି । କମ୍ପାନୀ ନିଜ ନୂଆ ଇ-ସ୍କୁଟର ଆକ୍ଟିଭା-ଇ ଓ କ୍ୟୁସି୧ର ବଜାର ପ୍ରବେଶ କରାଇଛି । କମ୍ପାନୀ କହିଛି କି ୨୦୨୫ ଜାନୁୟାରୀ ମାସରେ ଏହି ଗାଡିଗୁଡିକର ଦାମ୍ ଘୋଷଣା କରାଯିବ ।

ଉଭୟ ମଡେଲର ବୁକିଂ ୧ ଜାନୁୟାରୀ ୨୦୨୫ରୁ ଆରମ୍ଭ ହେବ । ଫେବୃୟାରୀରୁ ଏହାର ଡେଲିଭରୀ ହେବା ଅନୁମାନ କରାଯାଉଛି । ହୋଣ୍ଡାର କର୍ଣ୍ଣାଟକ ଓ ବେଙ୍ଗାଲୁରୁ ସ୍ଥିତ ନାର୍ସାପୁରା କାରଖାନାରେ ଏହାକୁ ନିର୍ମାଣ କରାଯିବ । ଏହା ସର୍ବପ୍ରଥମେ ଦିଲ୍ଲୀ, ମୁମ୍ବାଇ ଓ ବେଙ୍ଗାଲୁରୁରେ ଉପଲବ୍ଧ ହେବ ।

- Advertisement -

ଉଭୟ ଗାଡିରେ କାଢି ଅଲଗା ହୋଇପାରୁଥିବା ବ୍ୟାଟେରୀ ମିଳିବ । ଥରେ ଚାର୍ଜ କଲେ ଏହା ୧୦୨ କିଲୋମିଟର ଯାତ୍ରା କରିପାରିବ । ଫୁଲ୍ ଚାର୍ଜ ହେବା ପାଇଁ ଏହାକୁ ସାଢେ ୬ ଘଣ୍ଟା ସମୟ ଲାଗିବ । କୁହାଯାଉଛି କି ଉଭୟ ମଡେଲରେ ୩ ବର୍ଷ ବା ୫୦ ହଜାର କିଲୋମିଟରର ଓ୍ବାରେଣ୍ଟି ମିଳିବ । ପ୍ରଥମ ବର୍ଷରେ ୩ ଫ୍ରି ସର୍ଭିସ୍ ମଧ୍ୟ ପ୍ରଦାନ କରିବ କମ୍ପାନୀ ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories