୨୭ରେ ବରୁଣେଇ ପାଇକ ବିଦ୍ରୋହ ସ୍ମାରକୀର ଶୁଭ ଉଦଘାଟନ!

0

ଭୁବନେଶ୍ୱର: ବ୍ରିଟିଶ ଶାସନ ବିରୋଧରେ ଦେଶର ପ୍ରଥମ ସଙ୍ଗଠିତ ସଶସ୍ତ୍ର ସଂଗ୍ରାମ ପାଇକ ବିଦ୍ରୋହ ଓଡିଶା ମାଟିରୁ ଆରମ୍ଭ ହୋଇଥିଲା। ଏହି ଅନନ୍ୟ ଇତିହାସକୁ ଆଗାମୀ ପୀଢି ପର୍ଯ୍ୟନ୍ତ ଓଡିଶା ଓ ସାରା ଦେଶରେ ଯୁବପୀଢିଙ୍କୁ ପ୍ରେରଣାର ଉତ୍ସ କରିବା ପାଇଁ ଖୋର୍ଦ୍ଧା ବରୁଣେଇ ପାହାଡ ପାଦଦେଶରେ ପାଇକ ସ୍ମାରକୀ ନିର୍ମାଣ କରାଯିବ। ଯାହାକୁ ଆଗାମୀ ୨୭ ତାରିଖରେ ଉଦଘାଟନ କରାଯିବ। ଶନିବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବରୁଣେଇ ପାଇକ ସ୍ମାରକୀ ନିର୍ମାଣ ସ୍ଥଳ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ୧୦ ଏକର ଜମି ବୁଲି ଦେଖିବା ସହ ଆସନ୍ତା ୨୭ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ସମୟରେ ରାଷ୍ଟ୍ରପତିଙ୍କୁ ଏହି ସ୍ମାରକୀର ଶୁଭ ଉଦଘାଟନ କରିବାପାଇଁ ଅନୁମତି ମଗାଯାଇଛି। ଯଦି ରାଷ୍ଟ୍ରପତି ଅନୁମତି ଦିଅନ୍ତି ତେବେ ୨୭ ତାରିଖରେ ଏହି ପାଇକ ବିଦ୍ରୋହର ସ୍ମାରକୀର ଶୁଭ ଦିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି। ଏହି ସ୍ଥାନ ତୀର୍ଥ,ପର୍ଯ୍ୟଟନ ଓ ସ୍ମୃତିସ୍ଥଳ ଭାବେ ବୀରଗାଥା ବହନ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

Leave A Reply