ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସଵ ସୁରଭି ଓ ମିଲେଟ କାର୍ଯ୍ୟକ୍ରମ
ପଦ୍ମପୁର: ରାୟଗଡା ଜିଲା ପଦ୍ମପୁର ବ୍ଲକ ସ୍ତରିୟ ସୁରଭି ୨୦୨୩ ଓ ମିଲେଟସ କାର୍ଯ୍ୟକ୍ରମ ବିଜୟନନ୍ଦ ଉଛ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁବାସ ଚନ୍ଦ୍ର ଶବର ଙ୍କ ପୌରହିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଭଜନଲାଲ ମାଝୀ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାମନାଗୁଡା ବ୍ଲକର ଗୋଷ୍ଠି ଶିକ୍ଷାଧିକାରୀ ସୁଜନ ମଲ୍ଲିକ, ମୁନିଗୁଡୀ ବ୍ଲକର ଗୋଷ୍ଠି ଶିକ୍ଷାଧିକାରୀ ବି ଭାଷ୍କର ରାଓ, ଚନ୍ଦ୍ରପୁର ବ୍ଲକର ବିଆରସିସି ମିଶାଲ ପ୍ରମୁଖ ଯୋଗ ଦେଇଥିଲେ। ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁବାସ ଚନ୍ଦ୍ର ଶବର ସୁରଭି କାର୍ଯ୍ୟକ୍ରମ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।
ସୁରଭି କାର୍ଯ୍ୟକ୍ରମରେ ଚିତ୍ରାଙ୍କନ, କୁଇଜ, ପ୍ରବନ୍ଧ, ହସ୍ତାକ୍ଷର, ନୃତ୍ୟ, ସଂଗୀତ, ହସ୍ତକର୍ମ ଆଦି ପ୍ରତିଯୋଗୀତାରେ ବ୍ଲକର ୧୨୦ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିବା ବେଳେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥି ମାନେ ମାନପତ୍ର ଓ ଟ୍ରଫି ପୁରସ୍କୃତ କରିଥିଲେ। ଶିକ୍ଷକ ଚିତ୍ତରଞ୍ଜନ ସେନାପତି ମଞ୍ଚ ପରିଚାଳନା କରିଥିବା ବେଳେ ବିଆରସିସି ସତ୍ୟ ନାରାୟଣ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
ବ୍ଲକର ସମସ୍ତ ସିଆରସିସିଙ୍କ ସମେତ ଶିକ୍ଷକ-ଶିକ୍ଷୟତ୍ରୀ ମାନେ ସହଯୋଗ କରିଥିଲେ। ବ୍ଲକର କଳା ଶିକ୍ଷକ ଡି ଶିବା ଆଚାରୀ, ମହେନ୍ଦ୍ର ମହାପାତ୍ର ଏବଂ ଟୁରିଜିମ ଶିକ୍ଷକ ରଂଜିତ କୁମାର ପ୍ରଧାନଙ୍କ ଦ୍ବାରା ମଞ୍ଚ ଉପରେ ସଜ୍ଜିତ ହୋଇଥିବା ଚନ୍ଦଯାନ-୩ ର ଲଞ୍ଚର, ଲ୍ୟାଣ୍ଡର ଏବଂ ରୋଭର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ସମସ୍ତଙ୍କ ଦ୍ବାରା ଉଚ୍ଚ ପ୍ରଶଂସିତ ହୋଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମରେ କୁନି କଳାକାର ତନ୍ମୟ ତ୍ରିପାଠୀ ଏବଂ ସୋନାକ୍ଷୀ ବେହେରାଙ୍କ ଓଡିଶୀ ନୃତ୍ୟ ସମସ୍ତକୁ ମନମୁଗ୍ଧ କରିଥିଲା।
Comments are closed.