ମିଳନୀର ବର୍ଷାନ୍ତ ସାହିତ୍ୟ ଆସର
କେନ୍ଦୁଝରଗଡ଼: ରାଜ୍ୟର ଅଗ୍ରଣୀ ସାରସ୍ୱତ ପ୍ରତିଷ୍ଠାନ ମିଳନୀ ସାହିତ୍ୟ ସଂସଦ ପକ୍ଷରୁ ମଙ୍ଗଳବାର ସନ୍ଧ୍ୟାରେ ବର୍ଷାନ୍ତ ସାହିତ୍ୟ ଆସର ଅନୁଷ୍ଠାନର ସଭାପତି କବି ଦେବାଶିଷ ଚକ୍ରବର୍ତ୍ତୀଙ୍କ ସଭାପତିତ୍ୱରେ ମିଳନୀ ଭବନରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଅନୁଷ୍ଠାନର ସମ୍ପାଦକ ଡ. ଚିତ୍ତ ମିଶ୍ର ସମସ୍ତଙ୍କୁ ବର୍ଷତମାମ୍ ସୃଜନ ମୁଖର ହେବା ପାଇଁ ଆହ୍ୱାନ ଦେଇଥିଲେ। ଧରଣୀଧର ବି୍ବବିଦ୍ୟାଳୟ କେନ୍ଦୁଝରର ସହକାରୀ ପ୍ରାଧ୍ୟାପିକା ଶୁଭସ୍ମିତା ଦାଶ ମୁଖ୍ୟଅତିଥି ଭାବେ ଯୋଗଦେଇ ଅନୁଷ୍ଠାନର ବାର୍ଷିକ ମୁଖପତ୍ର ମିଳନୀ ବନବୀଣାର ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। କବି ଦେବାଶିଷ ଚକ୍ରବର୍ତ୍ତୀ ସଭାପତୀୟ ଅଭିଭାଷଣରେ ଲାଭ ଓ ଲୋଭର ଉର୍ଦ୍ଧ୍ୱରେ ରହି ସୃଷ୍ଟିଶୀଳ ହେବାପାଇଁ ଆହ୍ୱାନ ଦେଇଥିଲେ। କବୟିତ୍ରୀ ବିଜୟଲକ୍ଷ୍ମୀ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ଇନ୍ଦୁମତି ପାତ୍ର, ମମତାରାଣୀ ଦାସ, ଭାରତୀମଣୀ ବେହେରା, ରିତାଞ୍ଜଳି ସାହୁ, ନରହରି ମିଶ୍ର, ଚିନ୍ତାମଣି ମହାଳିକ, ଡ. ସୁମନ୍ତ୍ର ନାଏକ, ଉମାକାନ୍ତ ବେହେରା, ପିନାକୀ ମିଶ୍ର, ଶାନ୍ତନୁ କୁମାର ମହାପାତ୍ର, ଅମୂଲ୍ୟ ମିଶ୍ର, ଦେବଦତ୍ତ ଦେହୁରୀ, ମନ୍ଦାକିନୀ କର, ଭାବିପ୍ରିୟା ସାହୁ, ବିରଞ୍ଚି ନାରାୟଣ ସାମନ୍ତରାୟ, ଶରତ କୁମାର ରାଉତ, ଦେବଦର୍ଶନ ଦାଶ, ସୁରେଶ କୁମାର ଜେନା, ଧୃବାନନ୍ଦ ରାଉତ, କ୍ଷେତ୍ରବାସୀ ମହାନ୍ତ, ରଙ୍ଗାଧର ବେହେରା ପ୍ରମୁଖ ବହୁ କବି ସ୍ୱରଚିତ କବିତା ପାଠ କରିଥିଲେ। ଶେଷରେ କାର୍ଯ୍ୟନିର୍ବାହୀ ସଦସ୍ୟ ସୁଜିତ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.