www.samajalive.in
Saturday, December 13, 2025
26.1 C
Bhubaneswar

ମୋଦୀଙ୍କୁ କେଜ୍ରିୱାଲଙ୍କ କଡ଼ା ଜବାବ; ବିପର୍ଯ୍ୟୟ ଦିଲ୍ଲୀରେ ନୁହେଁ, ବିଜେପିରେ ଆସିଛି

ସମାଜ ଡିଜିଟାଲ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଟାକ୍ଷର କଡ଼ା ଜବାବ ଦେଇଛନ୍ତି ଦିଲ୍ଲୀରୂ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଆପ) ସଭାପତି ଅରବିନ୍ଦ କେଜ୍ରିୱାଲ। ଆପ୍‌ ସରକାର ଦିଲ୍ଲୀରେ ଆପଦା(ବିପର୍ଯ୍ୟୟ) ଆଣିଛି ବୋଲି ପ୍ରଧାନମନ୍ତ୍ରୀ ଶୁକ୍ରବାର ଆବାସ ଯୋଜନାର ଉଦଘାଟନ ସମୟରେ କହିଥିଲେ। ଏହାର ଜବାବରେ କେଜ୍ରିୱାଲ କହିଛନ୍ତି, ବିପର୍ଯ୍ୟୟ ଦିଲ୍ଲୀରେ ନୁହେଁ, ବିଜେପିରେ ଆସିଛି।

ପ୍ରଧାନମନ୍ତ୍ରୀ ଶୁକ୍ରବାର ଆପ୍‌ ସରକାରକୁ କଡ଼ା ସମାଲୋଚନା କରିଥିଲେ। ଆଗାମୀ ନିର୍ବାଚନରେ ଆମ ଆଦମୀ ପାର୍ଟିକୁ ସରକାରରୁ ହଟାଇବାକୁ ମୋଦୀ ଦିଲ୍ଲୀବାସୀଙ୍କୁ ଆହ୍ବାନ କରିଥିଲେ। କେଜ୍ରିୱାଲ ଉତ୍ତରରେ କହିଥିଲେ, ଆପ ସରକାର ଅଧୀନରେ ୧୦ ବର୍ଷ ଭିତରେ ଏତେ କାମ ହୋଇଛି ଯେ ସେସବୁ ଗଣିବା ଲାଗି ଘଣ୍ଟା ଘଣ୍ଟା ସମୟ ଲାଗିଯିବ। କିନ୍ତୁ ବିଜେପି ଏପରି କୌଣସି କାର୍ଯ୍ୟ କରିନାହିଁ ଯାହାକୁ ଗଣାଯାଇ ପାରିବ।

- Advertisement -

କେଜ୍ରିୱାଲ କହିଥିଲେ, ବିଜେପି ନିକଟରେ ନା କୌଣସି ମୁଖ୍ୟମନ୍ତ୍ରୀ ଚେହେରା ଅଛି ନା କିଛି ସ୍ପଷ୍ଟ ଏଜେଣ୍ଡା ରହିଛି। ଦିଲ୍ଲୀରେ ସର୍ବସାଧାରଣ ସ୍ଥାନରେ ଅପରାଧୀ ଗୁଳିକାଣ୍ଡ ଘଟାଉଛନ୍ତି, କିନ୍ତୁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ଧ୍ୟାନ ଦିଆଯାଉନାହିଁ। ଆମେ ୧୦ ବର୍ଷ ମଧ୍ୟରେ ୨୨ ହଜାର ଶ୍ରେଣୀଗୃହ ଏବଂ ୩ଟି ବିଶ୍ଵବିଦ୍ୟାଳୟ ନିର୍ମାଣ କରିଛୁ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories