ଅଲ୍ଲୁ ଅର୍ଜୁନଙ୍କୁ ବଡ ଆଶ୍ବସ୍ତି, ମିଳିଲା ଜାମିନ
ହାଇଦ୍ରାବାଦ : ପ୍ରସିଦ୍ଧ ଚଳଚ୍ଚିତ୍ର ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ସନ୍ଧ୍ୟା ଥିଏଟର ଦଳାଚକଟା ମାମଲାରେ ବଡ ଆଶ୍ବସ୍ତି ମିଳିଛି । ହାଇଦ୍ରାବାଦ ନାମପଲ୍ଲୀ ଅଦାଲତ ଅଲ୍ଲୁଙ୍କୁ ପୁଷ୍ପା -୨ର ସ୍କ୍ରିନିଂ ସମୟରେ ୩୫ ବର୍ଷୀୟ ମହିଳାଙ୍କ ମୃତ୍ୟୁର ଯାଞ୍ଚ ମାମଲାରେ ନିୟମିତ ଜାମିନ ଦେଇଛନ୍ତି । କୋର୍ଟ ଅଲ୍ଲୁ ଅର୍ଜୁନଙ୍କୁ ଜାମିନ ସର୍ତ୍ତ ଅନୁସାରେ ୫୦ ହଜାର ଟଙ୍କା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
୪ ଡିସେମ୍ବରରେ ପୁଷ୍ପା-୨ ରିଲିଜ ହୋଇଥିଲା । ହାଇଦ୍ରାବାଦର ଫିଲ୍ମ ଶୋ ସକାଳ ୩ଟାରେ ରଖାଯାଇଥିଲା । ସନ୍ଧ୍ୟା ଥିଏଟରରେ ପ୍ରିମିୟର ଶୋ ହୋଇଥିଲା । ପ୍ରଥମ ଦିନ ପ୍ରଥମ ଶୋ ଦେଖିବା ପାଇଁ ହଲରେ ଭିଡ ଜମିଥିଲା । ଏହି ସମୟରେ ଅଲ୍ଲୁ ଅର୍ଜୁନଙ୍କୁ ଦେଖିବା ପାଇଁ ଭିଡ ଯୋଗୁଁ ଦଳଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା ।
Comments are closed.