www.samajalive.in
Monday, December 15, 2025
17.1 C
Bhubaneswar

ଗଞ୍ଜାମର ଦାସପୁରରେ ଧାନମଣ୍ଡି ଶୁଭାରମ୍ଭ କଲେ ପରିବହନ ମନ୍ତ୍ରୀ

ଗୋପାଳପୁର: ଗଞ୍ଜାମ ଜିଲାରେ ଆଜିଠୁ ଆରମ୍ଭ ହୋଇଛି ଧାନ କିଣା ବ୍ୟବସ୍ଥା। ଏହି କ୍ରମରେ ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଳିଟି ଗାଁ ପଞ୍ଚାୟତ ଅଧିନସ୍ଥ ଦାସପୁର ସେବା ସମବାୟ ସମିତି ପରିସରରେ ଧାନ ମଣ୍ଡିର ଶୁଭାରମ୍ଭ କରାଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଗୋପାଳପୁର ବିଧାୟକ ତଥା ରାଜ୍ୟ ପରିବହନ, ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଯୋଗଦେଇ ଧାନ କିଣାର ଶୁଭାରମ୍ଭ କରିଥିଲେ। ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପ୍ରକାରେ ଚଳିତବର୍ଷ ଇନପୁଟ ସହାୟତା ରାଶି ପ୍ରଦାନ ପୂର୍ବକ କ୍ବିଣ୍ଟାଲ ପ୍ରତି ୩୧୦୦ ଟଙ୍କାରେ ଧାନ କିଣିବେ ବୋଲି ମତପୋଷଣ କରିବା ସହ ମଣ୍ଡିରେ ଚାଷୀମାନେ ଭଲ ଧାନ ଓ ଭିଜା ଧାନକୁ ଅଲଗା ଆଣି ଦେବାକୁ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ କୋଳିଥି ଗାଁ ସରପଞ୍ଚ ଜଗମୋହନ ପାତ୍ର, ସମିତି ସଭ୍ୟ ତନୁଜା ବେହେରା, ଦାସପୁର ସେବା ସମବାୟ ସମିତି ସଭାପତି ବ୍ରଜମୋହନ ନାହକ, ଅତିରିକ୍ତ ଜିଲାପାଳ ପ୍ରମୋଦ କୁମାର ପୃଷ୍ଟି, କନିଷି ତହସିଲଦାର କବିରାଜ ପ୍ରଧାନ, ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ପୁସା ମୁଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ। ଆଜି ଜିଲାରେ ୨୧ଟି ମଣ୍ଡି ଖୋଲାଯାଇ ଧାନ ସଂଗ୍ରହ ଆରମ୍ଭ କରାଯାଇଥିବାବେଳେ ପର୍ଯ୍ୟାୟକ୍ରମେ ଜିଲାରେ ୪୭୮ ମଣ୍ଡି ଖୋଲାଯାଇ ୮୪.୮୧ ଲକ୍ଷ ମେଟ୍ରିକ ଟନ ଧାନ କ୍ରୟର‌ ଲକ୍ଷ୍ୟ ରଖାଯାଇଥିବା ମୁଖ୍ୟ ଯୋଗାଣ ଅଧିକାରୀ ଶ୍ରୀ ମୁଣ୍ଡା ପ୍ରକାଶ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories