www.samajalive.in
Tuesday, December 9, 2025
16.1 C
Bhubaneswar

ବଡ ପରଦାରେ ମୁକ୍ତିଲାଭ କଲା ବର୍ଷା ପ୍ରିୟଦର୍ଶିନୀଙ୍କ ନୂଆ ଚଳଚ୍ଚିତ୍ର ‘ୱାଇଫ’

କଟକ: ବଡ ପରଦାରେ ଶୁକ୍ରବାର ମୁକ୍ତିଲାଭ କଲା ବର୍ଷା ପ୍ରିୟଦର୍ଶିନୀଙ୍କ ନୂଆ ଚଳଚ୍ଚିତ୍ର ‘ୱାଇଫ’। ନୂଆବର୍ଷ ଆରମ୍ଭରୁ ସାରା ଓଡିଶାରେ ୧୦ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି ‘ୱାଇଫ’। ୱାଇଫ୍‌ର ପ୍ରିମିଅର ଶୋ’ ଆଜି କଟକସ୍ଥିତ ସଙ୍ଗମ ସିନେମା ହଲ୍‌ରେ ହୋଇଛି। ପ୍ରିମିଅର ଶୋ’ରେ ଅଭିନେତ୍ରୀ ତଥା କ୍ରିଏଟିଭ ହେଡ଼ ବର୍ଷା ପ୍ରିୟଦର୍ଶିନୀ, ଅଭିନେତା ଜୟଜିତ୍ ଦାସଙ୍କ ସମେତ ଚଳଚ୍ଚିତ୍ରର ସମସ୍ତ କଳାକାର ଏବଂ ଟେକ୍ନିସିଆନ୍, ସିନେ ସମୀକ୍ଷକ ଓ ବର୍ଷା ପ୍ରିୟଦର୍ଶିନୀଙ୍କ ପ୍ରଶଂସକ ବସି ଫିଲ୍ମକୁ ଦେଖିଥିଲେ ।

ମକର ସଂକ୍ରାନ୍ତି: ବାସ୍‌ ଏହି ଜିନିଷ ଦାନ କଲେ, ମିଳିବ ସୂର୍ଯ୍ୟ-ଶନିଙ୍କ କୃପା, ବର୍ଷଯାକ ଧନ, ଗ୍ରହ ଦୋଷ, ରୋଗରୁ ମୁକ୍ତି..

- Advertisement -

ପ୍ରଯୋଜକଙ୍କ ମତରେ, ଏହି ଫିଲ୍ମ ଜଣେ ୱାଇଫ୍‌ର ଅକୁହା କାହାଣୀର ମୁକସାକ୍ଷୀ। ୱାଇଫର ହସଖୁସି, ତ୍ୟାଗ ବଳିଦାନ ଓ ସଂଘର୍ଷର ମୁକସାକ୍ଷୀ କେବଳ ଘରର ଚାରିକାନ୍ଥ, ଭଗବାନ। ସମାଜରେ ଆମ ପରମ୍ପରାରେ ଶାସ୍ତ୍ରରେ ବିବାହର ଭୂମିକା କଣ? ବୈବାହିକ ସମ୍ପର୍କର ମହତ୍ତ୍ଵ, ଦାୟିତ୍ଵ ଓ ସମ୍ମାନର କଥାକୁ ନେଇ ବଡ଼ ପରଦାରେ ମୁକ୍ତିଲାଭ କରିଛି ଏହି ଫିଲ୍ମ। ଚଳଚ୍ଚିତ୍ରରେ ଭରପୁର ମନୋରଞ୍ଜନ ସହିତ ଅନେକ ଶିକ୍ଷଣୀୟ ସାମାଜିକ ବାର୍ତ୍ତା ରହିଛି। ଚଳଚ୍ଚିତ୍ରକୁ ନିର୍ଦ୍ଦେଶନା ଦେଇଛନ୍ତି ସୁଧାକର ବସନ୍ତ ଓ କାର୍ଯ୍ୟକାରୀ ନିର୍ଦ୍ଦେଶକ ଅଛନ୍ତି ବବି ଇସଲାମ। ସଂଳାପ ଲେଖିଛନ୍ତି ବିଜୟ ମଲ୍ଲ। ସଙ୍ଗୀତ ନିର୍ଦ୍ଦେଶନା ମଳୟ ମିଶ୍ର ଏବଂ ଗୀତ ରଚନା କରିଛନ୍ତି ବିଜୟ ମଲ୍ଲ ଏବଂ ଅରୁଣ ମନ୍ତ୍ରୀ। କଣ୍ଠଦାନ କରିଛନ୍ତି ଇରା ମହାନ୍ତି, ହ୍ୟୁମାନ ସାଗର ଏବଂ ସତ୍ୟଜିତ ପ୍ରଧାନ। ମୋଟ ୪ଟି ଗୀତ ଏହି ଫିଲ୍ମକୁ ବେଶ ଶ୍ରୁତି ମଧୁର କରିଛି। ପ୍ରଥମ ଦିନରେ ସାରା ଓଡିଶାର ୧୦ଟି ଯାକ ପ୍ରେକ୍ଷାଳୟରେ ଭରପୁର ଦର୍ଶକ ୱାଇଫ୍ ଦେଖି ଖୁବ୍‌ ପ୍ରଶଂସା କରିଛନ୍ତି ।

୪ ଜାନୁଆରୀରେ ବୁଧ ଚଳନ; ଏହି ୫ ରାଶି ହେବେ ମାଲାମାଲ୍‌, ମିଳିବ ହଠାତ୍‌ ଧନ, ଖୋଲିବ ବନ୍ଦ ଭାଗ୍ୟର ତାଲା..

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories